ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମୟ ସନ୍ଧ୍ୟା ୭ଟା ୪୦ । ମୁଖ୍ୟମନ୍ତ୍ରୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲ ଛକରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏକ ଛକପଟରୁ ତାଙ୍କ ବାସଭବନ ଅଭିମୁଖେ ଫେରୁଥିଲେ । ହଠାତ ଆମ୍ବୁଲାନ୍ସ ସାଇରନ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ିଲା । ସେତେବେଳକୁ ମୁଖ୍ୟମନ୍ତ୍ରୀଙ୍କ ବାରକେଡ କ୍ୟାପିଟାଲ ହସ୍ପିଟାଲ ଛକରେ ପହଞ୍ଚି ସାରିଥିଲା । ମୁଖ୍ୟମନ୍ତ୍ରୀ ନିଜ ଗାଡ଼ିକୁ ଅଟକାଇବା ଲାଗି ଚାଳକକୁ କହିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନି ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ଗାଡ଼ିକୁ ଅଟକାଇ ଆମ୍ବୁଲାନ୍ସକୁ ତୁରନ୍ତ ଛାଡ଼ିବାରେ ସହାୟତା କରିଥିଲେ । ପ୍ରାୟ ଅଢେଇ ମିନିଟ ମୁଖ୍ୟମନ୍ତ୍ରୀଙ୍କ କାର ରାସ୍ତାରେ ଅଟକି ଯାଇଥିଲା । ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ, ଅନ୍ୟଟି କ୍ୟାପିଟାଲ ହସ୍ପିଟାଲରୁ ପୋଖରୀପୁଟ, ଆଉ ଦୁଇଟି ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲରୁ ଗୋପବନ୍ଧୁ ଛକଆଡେ଼ ଯାଉଥିଲା । ତେବେ ମୁଖ୍ୟମନ୍ତ୍ରୀ ନିଜେ ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ବାଟଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିବା ବେଳେ ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଉପସ୍ଥିତ ଜନତା ସାଧୁବାଦ ଜଣାଇଚନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମହନୀୟତା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଆଲୋଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ