ଆରପାରିରେ ମେଧାବୀ ଛାତ୍ରୀ ଆରତୀ ଝୁରୁଛନ୍ତି ପରିବାର

ଚିକିଟି, (କୁରେଶୁ ସାହୁ):ଏମିତି ବି ମୃତ୍ୟୁ ଆସେ ସଭିଙ୍କୁ ଆଖିରେ ଲୁହ,କୋହ,ଅନ୍ତ୍ରବେଦନା ଦେଇ l ସେମିତିକl ଝିଅଟିଏ ଥିଲେ ଆରତୀ।ପରିବାର ପାଇଁ ଥିଲେ ଅଲିଅଳି ଝିଅ,ସାହିପାଇଁ ପାଲଟି ଥିଲେ ସଭିଙ୍କ ପ୍ରିୟ, ବିଦ୍ୟାଳୟ ର ସହପାଠୀଙ୍କ ପାଇଁ ଅନ୍ତରଙ୍ଗ ବନ୍ଧୁ ପୁଣି ଶିକ୍ଷକ କର୍ମଚାରୀଙ୍କ ପାଇଁ ପାଲଟି ଥିଲେ ପ୍ରିୟ ପାତ୍ରୀ l ନିଜର ଶାଳୀନ ବ୍ୟବହାର ,ପରିଶ୍ରମୀ,ଜିଜ୍ଞାସା, ପ୍ରତିଯୋଗୀ ମନୋବୃତ୍ତି ପାଇଁ ସେ ବିଦ୍ୟାଳୟ ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ।ସେହି ଛାତ୍ରୀ ଜଣଙ୍କ ହେଉଛନ୍ତି ଚିକିଟି ଗଡ଼ ରାଜ ଲକ୍ଷ୍ମୀ ବାଳିକା ବିଦ୍ୟାଳୟ ର ଦଶମ ପରୀକ୍ଷା ଦେଇ ଭଲ ନମ୍ବର ରଖି ପାସ ହୋଇଥିବା ଛାତ୍ରୀ ଆରତୀ ଚୌଧୁରୀ।ହେଲେ ଦଇବ ସହିଲା ନାହିଁ ପରୀକ୍ଷା ଫଳ ବାହାରିବା ପୂର୍ବରୁ ସମସ୍ତଙ୍କୁ ଦୁଃଖ ସାଗର ରେ ଭସାଇ ଚାଲିଗଲେ ଆରତୀ।ଖାଲି ଦେଇଗଲେ ପରିବାର ,ସହପାଠୀ,ବିଦ୍ୟାଳୟ ପାଇଁ ମେଟ୍ରିକ ପରୀକ୍ଷାରେ ଭଲ ନମ୍ବର।ଜଣେ ମେଧାବୀ ଛାତ୍ରୀର ପରିଚୟ ଦେଇ ମୋଟ ୩୫୭ ମାର୍କ ରଖିସମସ୍ତଙ୍କ ଠାରୁ ଦୁରକୁ ଚାଲିଗଲେ। ଆରତୀଙ୍କଦୁଖଦ ବିୟୋଗରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। କେତେଆଶା ନେଇ ଆସିଥିଲେ ପାତ୍ରପୁର ବ୍ଲକ ନୂଆପେଣ୍ଠ ନୂଆସାହି ପ୍ରଭାସ ଚୌଧୁରୀ। ପୁଅଝିଅ ପାଠପଢି ମଣିଷ ହେବ ବୋଲି ଆସିଥିଲେ ଚିକିଟି ଗଡ଼। ଏପରି କି ଦୁହେଁ ପୁଅ ଝିଅ ଭଲ ପାଠ ପଢି ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗିତାରେ ଭାଗ ନେଇ ପାଇଛନ୍ତି ଅନେକ କୃତିତ୍ୱ ପ୍ରମାଣ ପତ୍ର lଏପରିକି ମୃତ ଆରତୀ ରାତି ବାରଟା ଗୋଟାଏ ପର୍ଯ୍ୟନ୍ତ ଅନିଦ୍ରା ରହି ବିଦ୍ୟାଳୟ ର ହୋମ ୱର୍କ ସାରି ଶୋଇବାକୁ ଯାଉଥିଲା ବୋଲି କାନ୍ଦି କାନ୍ଦି ବାହୁନି ବାହୁନି କହୁଛନ୍ତି ତାଙ୍କ ମା ଅନିତା ଚୌଧୁରୀ । ଗରିବ ହେଲେ ମଧ୍ୟ ପୁଅଟି ଓ ଝିଅ ଟି କୁ ନେଇ ଚିକିଟି ଚିତ୍ରକର ସାହିରେ ଦୁହିଁଙ୍କ ଭବିଷ୍ୟତ ପାଇଁ ପାଖରେ ରହନ୍ତି ଆରତୀ ଙ୍କ ମା। ବାପା ପ୍ରଭାତ କେଉଁଝର ନିକଟରେ କମ୍ପାନୀ ରେ କାମ କରନ୍ତି। ଗତ ଜୁଲାଇ ଏକ ତାରିଖରେ ସାମାନ୍ୟ ଜ୍ୱର ଆରମ୍ଭ ହେଲା ଆରତୀଙ୍କୁ, ମେଡିକାଲ ନେଇ ଚିକିତ୍ସା ଆରମ୍ଭ କରିଥିଲେ ମାଆ l କିନ୍ତୁ ୯ତାରିଖ ପର୍ଯ୍ୟନ୍ତ ଜ୍ୱର ନ କମିବାରୁ ବାଧ୍ୟ ହୋଇ ବ୍ରହ୍ମପୁର ସି ଟି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ ହେଲେ ଜ୍ୱରର ନ କମି ମୁଣ୍ଡକୁ ଚଢିଯାଇଥିଲା l ପରିବାର ଲୋକଙ୍କ ସକଳ ଚେଷ୍ଠା ପରେ ବି ମେଡିକାଲରୁ ୧୧ ତାରିଖ ରାତି ଆରତୀ ପାଇଁ ଶେଷ ରାତି ପାଲଟି ଗଲା l ସକାଳ ହେବା ଆଗରୁ ସବୁ ଶେଷ l ଚିକିଟି ଗଡ଼ ମଶାଣିରେ ମୁଠେ ପାଉଁଶ ହୋଇ ରହିଗଲେ ସମସ୍ତଙ୍କ ପ୍ରିୟ ମେଧାବୀ ଛାତ୍ରୀ ଆରତୀ l ଏବେ ପରୀକ୍ଷା ଫଳ ବାହାରିବା ପରେ ଆରତୀ ପାଠ ପଢି ଥିବା ବେଳର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଦୁଃଖରେ ମ୍ରିୟମାଣ ହୋଇ ଭଲ ମେଧାବୀ ଛାତ୍ରୀ ଙ୍କୁ ହରାଇଲୁ ବୋଲି କହିଥିବା ବେଳେ ପ୍ରଶାସନ ତରଫରୁ ଗରିବ ପରିବାରଙ୍କୁ ସହାୟକ ମିଳୁ ବୋଲି ଅନୁରୋଧ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ