ଶ୍ରବଣ ସେବା ଅନୁଷ୍ଠାନ ତରଫରୁ ଆୟୁଷ ଡାକ୍ତରଙ୍କ ବୃକ୍ଷରୋପଣ
କୋଦଳା, (ଗୁଲସନ କୁମାର କର):ଶ୍ରବଣ ସେବା ଅନୁଷ୍ଠାନ ତରଫରୁ କୋଦଳାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ସମ୍ପ୍ରତି କରୋନା ମହାମାରି ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଗଂଜାମ ଜିଲ୍ଲାରେ ସାଧାରଣ ନାଗରିକର ସ୍ୱାସ୍ଥ୍ୟ ସୁରକ୍ଷା ଓ ଯାଂଚ ପ୍ରକ୍ରିୟା କାର୍ଯ୍ୟକୁ ହାତକୁ ନେଇଛନ୍ତି ଆୟୁଷ ଡାକ୍ତର l ଏହି ଭଳି ଦୁର୍ଦ୍ଦିନରେ ବୃକ୍ଷରୋପଣର ଆବଶ୍ୟକତାକୁ ଅନୁଭବ କରି କୋଦଳା ଶ୍ରବଣ ସେବାଶ୍ରମ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡା ଜୟଦେବ ନାୟକ ସକ୍ରିୟ ଅଂଶଗ୍ରହଣ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କୋଦଳା-ଖଲ୍ଲିକୋଟ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ଚାରା ରୋପଣ କରାଯାଇଛି l ଏହାର ଯତ୍ନ ଉପରେ ଡାକ୍ତର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଲିଟୁ ପରିଡା ଫିରୋଜ ପରିଡା, ବିଶ୍ୱଜିତ ପ୍ରଧାନ, ମିଥୁନ ପ୍ରଧାନ, ଅର୍ଜୁନ ବେହେରା, ଜଗା ନାୟକ, ପଞ୍ଚାନନ ବେହେରା, ସାଗର ନାହାକ, ପ୍ରଶାନ୍ତ ନାୟକ, ଶଙ୍କର ପରିଡା, ଶଙ୍କର ଗୌଡ଼ ଓ ଜଗନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।


