ଆର.ଡି ବିଭାଗର ଅଣଦେଖା, ଦନେଇପୁର ରାସ୍ତା ଅଧାପନ୍ତରିଆ

ହାଟଡ଼ିହି, : ଆର.ଡି ବିଭାଗ ଅଧିନରେ ଥିବା ହାଟଡିହି ବ୍ଲକ ରାମକୃଷ୍ଣପୁର-ଦନେଇପୁର ରାସ୍ତାକୁ ଠିକାଦାର ଅଧାପନ୍ତରିଆ ଭାବେ ପକାଇଦେଇ କାମ ବନ୍ଦ କରିଦେବାରୁ ଗାଁ ଲୋକେ ୧୧ମାସ ହେଲା ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗତ ଜାନୁୟାରୀ ୨୧ତାରିଖ ଦିନ ସମ୍ବାଦରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ଠିକାଦାର ପରଦିନ ଠାରୁ ରାସ୍ତାସଫା କରିବା ସହ କାମ ।ରମ୍ଭ କରିବାରୁ ଗ୍ରାମବାସୀମାନେ ଆସ୍ୱସ୍ଥି ପ୍ରକାଶ କରିଥିଲେ । ମାତ୍ର ଗୋଟିଏ ଦିନପରେ ଚିପସ ପକାଇଦେଇ ପୁନର୍ବାର କାମ ବନ୍ଦ କରିଦେବାରୁ ଗାଁକୁ ଗାଡି ଖଣ୍ଡିଏବି ଯାଇ ପାରୁନି । ଲୋକମାନେ ନାନା ସମସ୍ୟାରେ ପଡିବା ସହ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଗତ ୧୦ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଉପରେ ଦନେଇପୁର ଗ୍ରାମର ହଜାରେରୁ ଉର୍ଦ୍ଧ ଲୋକ ଯାତାୟତ କରନ୍ତି । ଗାଁ ଭିତରକୁ ଯିବାପାଇଁ ଏହି ଗୋଟିଏ ରାସ୍ତା ହୋଇଥିବାରୁ ସମସ୍ତ ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ । ଦୀର୍ଘବର୍ଷ ପରେ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯିବାପରେ ଗ୍ରାମବାସୀଙ୍କ ଦାବିପରେ ଆର.ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି । ଠିକାଦାର ରାସ୍ତାଟିରୁ ପୁରୁଣା ପିଚୁ ତାଡିଦେଇ କିଛି ଅଂଶ କାମ କରିବାପରେ କାମ ବନ୍ଦ କରିଦେଇ ପଳାଇଥିଲା । ଫଳରେ ରାସ୍ତାରେ ଏବେ ପୁରୁଣା ମେଣ୍ଟଲ ଗୁଡିକ ଛିନଛତ୍ର ଭାବେ ଏଣେତେଣେ ବିଛାଇ ହୋଇପଡିଥିବାରୁ ସାଇକେଲ ତ ଦୁରର କଥା ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡିଥିଲା । ଗ୍ରାମବାସୀମାନେ ଏସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଭଗୀୟ ଅଧିକାରୀ ମାନେ ହେବ ହେବ ବୋଲି କହି ସମୟ ଗଡାଇ ଚାଲିଛନ୍ତି ବୋଲି ଗ୍ରାମର ସୁରଥ ପାଣିଗ୍ରାହୀ, ଅମୁଲ୍ୟ କୁମାର ମିଶ୍ର, ସନାତନ ସେଠୀ, ସନାତନ ପାତ୍ର, ଦୈତାରୀ ଦେହୁରୀ, ମାଧବ ପାଣିଗ୍ରାହୀ, କାହ୍ନୁ ଚରଣ ପାତ୍ର, ବାବନ ଭୁୟାଁ, ମନୋରଞ୍ଜନ ମିଶ୍ର, ଗଣେଷ ପାଣିଗ୍ରାହୀ ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ବର୍ଷାଦିନ ପାଇଁ ପିଚୁ କରାଯାଇପାରି ନଥିଲା ଏବେ ପକାଯିବା ପାଇଁ ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି । କିନ୍ତୁ ଏହି ରାସ୍ତା ସହିତ ସମାନ ସମୟରେ ହୋଇôତବା ଅନେକ କାମ ସମାପ୍ତ ହୋଇଥିବାବେଳେ ଏହି ରାସ୍ତାଟି କରିବାକୁ ଠିକାଦାର କାହିଁକି ବିଳମ୍ବ କରୁଛନ୍ତି ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କୌଣସି ଉତ୍ତର ଦେଇ ନଥିଲେ । ସେ ଯାହାବି ହେଉ ୪ମାସ ହେବ ବର୍ଷାଦିନ ଯାଇ ଶୀତଦିନ ସରି ଖରାଦିନ ହେଲାଣି କିନ୍ତୁ ରାସ୍ତା ସରିନି । ଆର.ଡି ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ନଚେତ ହାଟଡିହି ଆର.ଡି ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ