ଆଳୁ ବୋଝେଇ ବୋଲେରୋ ମାକ୍ସ ପିକ ଆପରୁ ଗଞ୍ଜେଇ ଜବତ ଦୁଇ ଜଣ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ କୁ ଏକ ବଡ଼ ସଫଳତା ମିଳିଛି l ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧୀନସ୍ଥ ସିର୍ତ୍ତିଗୁଡା ନିକଟରେ ଚଢ଼ାଉ କରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଆଳୁ ସହ ଗଞ୍ଜେଇ ଭର୍ତ୍ତି ବୋଲେରୋ ମାକ୍ସ ପିକଆପକୁ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ପଶ୍ଚିମବଙ୍ଗ ଅଞ୍ଚଳରୁ ଆଳୁ ଆଣି ବାଲିଗୁଡାରେ ଦେବା ପରେ ଦାରିଙ୍ଗବାଡିକୁ ଯାଉଥିବା ସମୟରେ କ.ନୂଆଗାଁ ପୋଲିସ୍ ପକ୍ଷରୁ ଆଇଆଇସି ଶ୍ରୀନିବାସ ସାମଲ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ସିର୍ତ୍ତିଗୁଡା ନିକଟରେ ଗୋଟିଏ ବୋଲେରୋ ମାକ୍ସ ପିକଆପ ନଂ.ଡବ୍ଲୁବି-୫୭ବି-୯୬୮୨ଟି ଦୃତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲା,ଯାହାକି ସନ୍ଦେହ କରିଥିଲା ପୋଲିସ୍ । ପୋଲିସ୍ ଉକ୍ତ ଗାଡିରେ ଆଳୁ ସହ ଏକ କ୍ଵିଣ୍ଟାଲ ୩୧କେଜି ୭୦୦ଗ୍ରାମ୍ (୧୩୧କେଜି ୭୦୦ଗ୍ରାମ୍) ଗଞ୍ଜେଇ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଦୁଇ ଜଣ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଛୋଟେନ ଏସକେ (୨୫) ଓ ଜୟ ଲାଲ ଆନସାରି (୨୬)ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ କ.ନୂଆଗାଁ ଥାନା କେଶ ନଂ.୩୦/୨୦୨୦ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପୋଲିସ୍ ପକ୍ଷରୁ ପ୍ରଚେଷ୍ଟା ଜାରିରହିଛି । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରୀ ରହିବ ଏବଂ ଚାଲାଣ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ