ଆଶାକର୍ମୀଙ୍କୁ ସରକାରୀ ଚାକିରୀ ମାନ୍ୟତା, ପେନସନ ଓ ପଦୋନ୍ନତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ତିନିମୁହାଣୀ ଛକରୁ ଇନ୍ଦୁପୁର ସିଏଚସିର ସମ୍ପାଦିକା ନନ୍ଦିନୀ ସ୍ୱାଇଁ, ମାର୍ଶର୍ାଘାଇ ସିଏଚସି ସମ୍ପାଦିକା ଭଗବତୀ ନାୟକ, ପଟ୍ଟାମୁଣ୍ଡାଇ ସିଏଚସି ସମ୍ପାଦିକା ସୁଷମା ଆଚାର୍ଯ୍ୟ, ରାଜକନିକା ସିଏଚସିର ସମ୍ପାଦିକା କବିତା ସାମଲ, ଡେରାବିଶ ସିଏଚସିର ସମ୍ପାଦିକା ପୁଷ୍ପଲତା ଦଣ୍ଡପାଟ, ସଭାପତି ରୀନାରାଣୀ ସାହୁ, ମହାକାଳପଡା ସିଏଚସିର ସମ୍ପାଦିକା ରଶ୍ମୀରେଖା ପରିଡା, ପାଟକୁରା ସିଏଚସିର ସମ୍ପାଦିକା ସୁମିତ୍ରା ଜେନା, ମାନସୀ ସାହୁ, ଅମିତା ନାୟକ, ଜ୍ୟୋତିର୍ମୟୀ ସ୍ୱାଇଁ, ନିରୁପମା ସାହୁ, ରାଜନଗର ସିଏଚସିର ସମ୍ପାଦିକା ମିନତୀ ପରିଡା ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଆଶାକର୍ମୀମାନେ ଏଥିରେ ସାମିଲ ହୋଇ ସ୍ଳୋଗାନ ଦେଇଥିଲେ । ସଂଗଠନର ସଭାପତି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦିକା କାନ୍ତିପ୍ରଭା ନାୟକ ବିକ୍ଷୋଭର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଆଶାକର୍ମୀମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ପେନସନ ପ୍ରଦାନ, ଅଭିଜ୍ଞତା ଓ ଯୋଗ୍ୟତା ଅନୁସାରେ ପଦୋନ୍ନତି ପ୍ରଦାନ, ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା, ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତି ଗ୍ରାମରେ ଆଶା ଗୃହ ନିର୍ମାଣ କରାଯିବା ପ୍ରଭୃତି ୯ଦଫା ଦାବି ସମ୍ପର୍କରେ ସୂଚନା ଦେଇଥିଲେ । ଉପସଭାପତି ଭଜହରି ପ୍ରଧାନ, ମାର୍ଶାଘାଇ ସିଏଚସି ସଭାପତି ଦୈା୍ରପଦୀ ସ୍ୱାଇଁ, ରାଜକନିକା ସଭାପତି ସୁକାନ୍ତୀ ବେହେରା, ଇନ୍ଦୁପୁର ସଭାପତି ସରସ୍ୱତୀ ସ୍ୱାଇଁ, ସଂଗଠନର ।ନ୍ୟତମ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଆଶାକର୍ମୀମାନଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ସେମାନଙ୍କ ପାରିଶ୍ରମିକ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜନଗର ସିଏଚସିର ସଭାପତି ମିନତୀ ସାମଲ, ପଟ୍ଟାମୁଣ୍ଡାଇ ସିଏଚସି ସଭାପତି ମନୋରମା ରଥ, ମହାକାଳପଡା ସିଏଚସି ସଭାପତି ରଞ୍ଜୁଲତା ବେହେରା, ପାଟକୁରା ସଭାପତି ଝରଣା ସ୍ୱାଇଁ, ଏ.ଆଇ. ଟି.ୟୁ.ସି. ର ରାଜ୍ୟ ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ, କୃଷକ ନେତା ସୀତାକାନ୍ତ ନାୟକ, ସୋହାନା ବେଗମ, ଅକ୍ଷୟ ମଲ୍ଲିକ, ଅଜୟ ସାମଲ, ଅକ୍ଷୟ ସେଠୀ, ସଶ୍ମିତା ବାରିକ, ମାନିନୀ ମଲିକ, ମାତାଜୀ ନାୟକ, ତ୍ରିଲୋଚନ ମନ୍ଥନ, ରୀନାରାଣୀ ଦାସ, ବାସନ୍ତୀ ବାରିକ, ନୟନାବତୀ ଜେନା, ଶାନ୍ତିଲତା ସାହୁ, ନିରୂପମା ଦାସ, ବିଜୟାଲକ୍ଷ୍ମୀ ନାଥ, ଗାୟତ୍ରୀ ବାରିକ, ରିନାରାଣୀ, ସୁଷମା ବେହେରା, ଉମାରାଣୀ ମଣ୍ଡଳ, ପୁଷ୍ପାରାଣୀ ପରିଡା, ମିନତୀ ମୁଦୁଲି, ଜୟନ୍ତୀ ସାମଲ, ବାୟାଣୀ ବେହେରା, କଳ୍ପନା ମହାପାତ୍ର, କବିତା ମଲ୍ଲିକ, ଅନିତାବାଳା ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସରକାର ତୁରନ୍ତ ଆଶାକର୍ମୀମାନଙ୍କ ଦାବି ଗୁଡିକ ପୁରଣ ନକଲେ ଆସନ୍ତା ଡିସେମ୍ବର ୫ତାରିଖରେ ଭୁବନେଶ୍ୱର ଠାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଡେପୁଟୀ କଲେକ୍ଟରଙ୍କୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ