ଆସନ୍ତା କାଲି ମାଟ୍ରିକ ପରୀକ୍ଷା : ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
(ଯୁଗାବ୍ଦ ନ୍ୟୁଜ୍): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିଲାଗି ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ କପି ରୋକିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରିବା ସହ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯିବ । ଚଳିତ ବର୍ଷ ୫ ଲକ୍ଷ ୪୭ ହଜାର ୭୮୩ ବିଦ୍ୟାର୍ଥୀ ଫର୍ମ ପୁରଣ କରିଥିବା ବେଳେ ମୋଟ ୨ହଜାର ୭୬୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହି ପରି ପରୀକ୍ଷା ଖାତା ଗଚ୍ଛିତ ରଖିବା ପାଇଁ ୩୦୭ ଟି ନୋଡାଲ କେନ୍ଦ୍ର ଚୟନ କରାଯାଇଛି ଓ ୨୨ ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି । ପରୀକ୍ଷାକୁ କଡାକଡି ସହ ସୁରକ୍ଷିତ କରିବା ପାଇଁ ବ୍ୟବସ୍ଥା କରାଯିବା ସହ ପରୀକ୍ଷା କେନ୍ଦ୍ରରେ ସିସିଟିଭି ,ଲଗାଯାଇଛି । ପରୀକ୍ଷାର ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ଚତୁଃସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେଉଛି। ମଧ୍ୟମାରେ ୪ ହଜାର ୫୮୧ ଜଣ ୪୫ଟି କେନ୍ଦ୍ରରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଦୁଇହଜାର ୭୬୩ଜଣ ପରୀକ୍ଷାର୍ଥୀ ୭୬ଟି କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ସଂପର୍କରେ ସମସ୍ତ ସୂଚନା ପାଇଁ ବୋର୍ଡ ମୁଖ୍ୟାଳୟରେ ୧୨ ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲାଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ପରୀକ୍ଷା ଶେଷହେବା ପର୍ୟ୍ୟନ୍ତ ଖୋଲା ରହିବ।


