ମନ୍ଦିରରେ ପଲିଥିନ୍‌, ପ୍ଲାଷ୍ଟିକ୍ ଓ ମାଦକ ଦ୍ରବ୍ୟ ପ୍ରବେଶ କଟକଣା ଦାବୀ

ଭୁବନେଶ୍ୱର, : ଦିନ କେଇଟା ପରେ ଜାଗର ଯାତ୍ରା । ଏକାମ୍ରକ୍ଷେତ୍ର ଚଳଚଞ୍ଚଳ । ଓଁ ନମଃ ଶିବାୟ, ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଏକାମ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦେଶ ଓ ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହା ବାସ୍ତବିକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ । କିଛିବର୍ଷ ହେଲା ପ୍ରଶାସନ ପକ୍ଷରୁ ମନ୍ଦିର ଭିତରକୁ ପଲିଥିନ୍‌, ପ୍ଲାଷ୍ଟିକ୍ ଜିନଷ ପ୍ରବେଶ ଉପରେ କଟକଣା ଜାରି ହେଉଥିଲେ ସୁଦ୍ଧା ଭକ୍ତମାନେ ମନ୍ଦିରର ପ୍ରବେଶ ପଥରେ ସେଗୁଡ଼ିକୁ ସହଜରେ ପାର୍ କରି ଶେଷରେ ମନ୍ଦିର ଭିତରେ ଏଣେ ତେଣେ ଫୋପାଡ଼ି ଚାଲି ଯାଇଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ମନ୍ଦିରର ଚତୁଃପାଶ୍ୱର୍ରେ ପୂତ୍ତିଗନ୍ଧମୟ ହେବା ସହ ଏଗୁଡ଼ିକ ଦେଖିବାକୁ ମିଳେ । ଯଦ୍ୱାରା ଐତିହ୍ୟ କୀର୍ତ୍ତିରାଜି ସମ୍ପନ୍ନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ପରିବେଶ ନଷ୍ଟ ହେବା ସହ ପରିବେଶ ବିଗିଡ଼ି ଯାଏ । ଏତଦ୍‌ସହ ବୁଲା ଗୋରୁ ଗାଈ, ଷଣ୍ଢ ଏଗୁଡ଼ିକୁ ଖାଇ ପରବର୍ତ୍ତୀ ସମୟରେ ମୃତ୍ୟୁର ଶିକାର ହୋଇଥାନ୍ତି । ପ୍ରଶାସନ ପକ୍ଷରୁ ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ଯାଞ୍ଚ ଦାୟିତ୍ୱରେ ଅନେକ ପୋଲିସ୍ କର୍ମଚାରୀ ନିୟୋଜିତ ରହିଥାନ୍ତି । କିନ୍ତୁ ଯାଞ୍ଚର କୋହଳ ପ୍ରକ୍ରିୟା ଯୋଗୁ ପଲିଥିନ୍‌, ପ୍ଲାଷ୍ଟିକ ଓ ମାଦକଦ୍ରବ୍ୟ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରୁଛି । ପଲିଥିନ୍‌, ପ୍ଲାଷ୍ଟିକ୍ ଓ ମାଦକ ଦ୍ରବ୍ୟକୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ନିଷିଦ୍ଧ ପାଇଁ କଟକଣା ଜାରି କରିବାକୁ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ