ଆସନ୍ତା ୨୩ ରେ କଳାଦିବସ ପାଳନ କରିବା ନିମନ୍ତେ ଏ ଆଇ ଟି ୟୁସି ସମେତ ବିଭିନ୍ନ ଶ୍ରମିକ ସଂଗଠନ ର ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାର ୨୦୨୦ ରେ ୪୫ ଟି ଶ୍ରମ ଆଇନକୁ ବାତିଲ କରି ୪ ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରବୀଣ କୁମାର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକ ନେତା ମାନେ ଉପସ୍ଥିତ ଥିଲେ l ଆସନ୍ତା ୨୩ ତାରିଖ ଲକ୍ଷ୍ମଣ ଭଵନ ଠାରୁ ଶ୍ରମିକ ମାନେ ଏକ ରାଲି ଯୋଗେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ଏକ ପ୍ରତିବାଦ ସଭା ସହିତ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା l ଏହି ପ୍ରସ୍ତୁତି ବୈଠକରେ ଏଆଇଟିୟୁସି ଶ୍ରମିକ ସଂଗଠନର ନୀଳକଣ୍ଠ ଦାଶ, ସନ୍ୟାସୀ ପ୍ରଧାନ, ପ୍ରବୀଣ କୁମାର ଖଟେଇ, ନିରଞ୍ଜନ ରାଉଳ ଓ ଆଇଏନଟିୟୁସି ଶ୍ରମିକ ସଂଗଠନର ଇଜୁ ଆମିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ