ସାମ୍ବାଦିକ ଙ୍କ ପିତୃ ବିୟୋଗ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ର ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ଙ୍କ ପିତା ତଥା ଅବସର ପ୍ରାପ୍ତ ଲାଇନ ମ୍ୟାନ ନରେନ୍ଦ୍ର କୁମାର ସାମଲ (୭୨ )ଙ୍କ ଗୁରୁବାର ରାତ୍ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସିତ ହେଉଥିଲେ। ସେ ୱାର୍ଡ ନଂ ୯ କାଉନସିଲର ପ୍ରୀତିଛନ୍ଦା ସାମଲ ଙ୍କ ଶଶୁର ଅଟନ୍ତି । ସେ ଜଣେ ମେଳାପି ଏବଂ ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ଵ। ତାଙ୍କର ମୃତ୍ୟୁ ଖବର ଶୁଣି ବ୍ୟାଙ୍କ କଲୋନୀ ସ୍ଥିତ ବାସ ଭଵନ ରେ ଛତ୍ରପୁର ର ବିଭିନ୍ନ ରାଜନୈତିକ ଦଳର ନେତା, ଆଇନଜୀବି, ବୃଦ୍ଧିଜୀବି ଏବଂ ଗଣମାଧ୍ୟମରେ ପ୍ରତିନିଧି ମାନେ ଉପସ୍ଥିତ ରହି ଶୋକ ସନ୍ତପ ପରିବାର ଙ୍କୁ ସମବେଦନା ଜଣାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ