ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜିକୁ ୨୬୦ ମିଲିଅନ ଅର୍ଥାତ୍ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା । ସେ ସମୟରେ ପୃଥିôବୀ ଜୀବଜନ୍ତୁ ବିହୀନ ହୋଇଯାଇଥିଲା । ଏହାସହ ଭୂଗର୍ଭ ତଥା ବାହ୍ୟ କାରଣ ଯୋଗୁ ୬ ଥର ପୃଥିବୀରେ ମହାପ୍ରଳୟ ସଂଘଠିତ ହୋଇଯାଇଛି । ଏବେ ଗବେଷକମାନେ ଆଉ ଏକ ମହାପ୍ରଳୟର ଆଶଙ୍କା କରିଛନ୍ତି । ଆମେରିକା ନ୍ୟୁୟର୍କ ୟୁନିଭର୍ସିଟିର ପ୍ରାଧ୍ୟାପକ ମିଶେଲ ରେମ୍ପିନୋ କହନ୍ତି, ପୂର୍ବରୁ ପରିବେଶ ଅସନ୍ତୁଳନ ଯୋଗୁ ମହାପ୍ରଳୟ ଆସିଥିଲା । ବଡ଼ଧରଣର ବନ୍ୟା ଓ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଥିଲା । ଜ୍ୱାଳାମୁଖୀରୁ ଲାଭା ଉଦ୍ଗୀରଣ ହୋଇ ଲକ୍ଷ ଲକ୍ଷ କିଲୋମିଟର ପୃଥିବୀରେ ମାଡିଯିବା ଦ୍ୱାରା ଜୀବଜନ୍ତୁ ଲୋପ ପାଇଯାଇଥିଲା । ଏବେ ପୃଥିବୀରେ ତାପମାନ କ୍ରମାଗତ ଭାବେ ବୃଦ୍ଧିପାଉଛି । ଏହା ଦ୍ୱାରା ଖୁବ୍ ଶୀଘ୍ର ଆମକୁ ଆଉ ଏକ ମହାପ୍ରଳୟର ସାକ୍ଷୀ ହେବାକୁ ପଡ଼ିବ । ପୂର୍ବରୁ ଏମିତି ଘଟଣା ଘଟିଥିବାରୁ ବୈଜ୍ଞାନିକମାନେ ଏବେକାର ବିଶ୍ୱତାପମାନ ବୃଦ୍ଧି ଆଉ ଏକ ମହାପ୍ରଳୟର ସୂଚନା ଦେଉଛି ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ