ଆସେକାର ଆସନ୍ତା ନିର୍ବାଚନ ପାଇଁ ସାଧାରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ ଓଡ଼ିଶା (ଆସେକା), ରାଇରଙ୍ଗପୁର, ସଭାଗୃହରେ ଗତ ୨୮ ତାରିଖ ଦିନ ଏକ କାର୍ଯ୍ୟକାରୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସେକାର ଆଗାମୀ ୩ ବର୍ଷ ପାଇଁ ନୁତନ କର୍ମକର୍ତ୍ତାଙ୍କ ନିର୍ବାଚନ ପାଇଁ ସିଦ୍ଧାନ୍ତ ନିଆଯାଇଥିଲା ।ଆସେକାର ୧୯ ଜଣ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟାଙ୍କୁ ନିର୍ବାଚନ ପରିଚାଳନା ପାଇଁ ପିଥ ହେମ୍ବ୍ରମ, ଲକ୍ଷ୍ମଣ ମାର୍ଣ୍ଡି ଏବଂ ଦୁଃଖୁରାମ ମୁର୍ମୁ ଏବଂ ଭବେଦ୍ର ମୁର୍ମୁ ଙ୍କୁ ହେମ୍ବ୍ରମଙ୍କୁ ନିର୍ବାଚନ କମିଶନର ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନିର୍ବାଚନ କମିଶନର ପିଥ ହେମ୍ବ୍ରମ ଆସେକାର ପୂର୍ବ ନିର୍ଦ୍ଧାରିତ ସମସ୍ତ ସଭା ସମିତିକୁ ରଦ୍ଧ କରିଏପ୍ରିଲ ୨୫ ତାରିଖ ଦିନ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟ।ଙ୍କର ଦିନ ଧାର୍ଯ୍ୟ କରିଛନ୍ତି । ଆସେକାର ଆଜୀବନ ସଦସ୍ୟ/ସଦସ୍ୟ।ମାନଙ୍କ ମଧ୍ୟରୁ ଏପ୍ରିଲ ୧୫ରରୁ ୧୯ ତାରିଖ ପର୍ଯ୍ୟନ୍ତ ପାର୍ଥିପତ୍ର ଦାଖଲ,୨୧ ତାରିଖ ପାର୍ଥିପତ୍ର ଯାଞ୍ଚ,୨୨ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୨୯ ତାରିଖ ଦିନ ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ସାଧାରଣ ବୈଠକ ସଭାପତି ରବୀନ୍ଦ୍ର ନାଥ ହେମ୍ବ୍ରମ ପରିଚାଳନା କରିଥିବାବେଳେ ସଂପାଦକ ଜୀତେନ୍ଦ୍ର ନାଥ ହାଁସଦା ଆୟବ୍ୟୟ ପାଠ କରିଥିଲେ ।ଆସେକାର ଆଜୀବନ ସଦସ୍ୟ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଲକ୍ଷ୍ମଣ ମାର୍ଣ୍ଡି,ମୁନିରାମ ହେମ୍ବ୍ରମ,ବାରିସା ସୋରେନ,,ବଡନାରାନ ମାଝୀ,ହରପାଲ ହେମ୍ବ୍ରମ,ମେଘରାୟ ମୁର୍ମୁ,ନୁନାରାମ କିସ୍କୁ,ଦୁଃଖିଆ ସୋରେନ,ଦାଖିନ ହାଁସଦା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


