ହେଲେମେଟ୍ ଚେକିଂ ବେଳେ ଯୁବକଙ୍କୁ ଆକ୍ରମଣ : ନିଲମ୍ବିତ ହେଲେ କନେଷ୍ଟବଳ ଓ ହୋମଗାର୍ଡ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଗତକାଲି ସାହରପଡା ବାଇପାସ୍ ଛକରେ ସନ୍ଧ୍ୟା ସମୟରେ ହେଲମେଟ ଚେକ୍ ନାମରେ ବାଇକ୍ ରେ ଯାଉଥିବା ଜନୈକ ଯୁବକ ବ୍ୟବସାୟୀଙ୍କ ମଥା ଉପରେ ରୋଲ୍ ବାଡ଼ି ମାଡ଼ରେ ରକ୍ତ ଓ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ଯାଇଥିଲେ, ଏହାକୁ ନେଇ ସାଧାରଣ ଜନତା ଉତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ । ଚାପା ଉତ୍ତେଜନା ଲାଗି ରହିଥିଲା । ପରେ ସମସ୍ତ ଦିଗ ତଦନ୍ତ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟରତ ୫ମ ବାଟାଲିୟନର କନେଷ୍ଟବଳ ଆର କେ ସିଂକୁ ନିଲମ୍ବିତ I ହୋମଗାର୍ଡ ପୁର୍ଣ ଚନ୍ଦ୍ର ସ୍ବାଇଁକୁ ପ୍ରତ୍ୟାହାର କରି ନିର୍ଦେଶ ଦେଇଛନ୍ତି ।


