‘ଓଡିଶା ମୋ ପରିବାର’ପକ୍ଷରୁ ଶାଳଣିଆଁରେ ରକ୍ତଦାନ ଶିବିର; ୧୩୯ୟୁନିଟ ରକ୍ତ ସଂଗୃହୀତ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଓଡିଶା ମୋ ପରିବାର ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶାଳଣିଆଁ ଠାରେ ବିଧାୟକ ଭାଗିରଥି ସେଠୀଙ୍କ ସଂଯୋଜନାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ ଆନୁଷ୍ଠାନିକ ଭାବେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶିବିରକୁ ଉଦ୍‌ଘାଟନ କରିଥିଲେ । ଓଡିଶା ମୋ ପରିବାର ଜୀବନବିନ୍ଦୁ ର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ନେତା ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ପ୍ରତାପ ଦେଓ, ରଞ୍ଜନ ପହି, ବାପୁ ଦେଓ, ଧବଳେଶ୍ୱର ପଟ୍ଟନାୟକ, ଗୌରାଙ୍ଗ ରଣା, ପ୍ରଦୀପ ଜେନା, କିଶୋର ଜେନା, ବାବୁଲି ଲେଙ୍କା, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ଷଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ହାବଳେଶ୍ୱର ସରପଞ୍ଚ ଅନୁସୁୟା ବେହେରା, ସମଣା ସରପଞ୍ଚ ପତିତ ପାବନ ନନ୍ଦ, ଶିଶିର ବେହେରା, ତାରିଣୀ ସେନାପତି, ସୁଦର୍ଶନ ମଲ୍ଲିକ, ହିମାଶୁଂ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆନନ୍ଦପୁର ରକ୍ତ ଭଣ୍ଡାରର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲ.ଟି ସୁଦର୍ଶନ ବେହେରା, ବସନ୍ତ ନାୟକ, ରମାକାନ୍ତ ନାୟକ, ଷ୍ଟାଫ ନର୍ସ ସ୍ୱାଗତୀକା ମହାନ୍ତି, ଉତ୍କଳୀକା ମିଶ୍ର, ଆଟେଣ୍ଡାଣ୍ଟ କୈଳାଶ ଚନ୍ଦ୍ର ସୁବୁଦ୍ଧି, ନୀଳମାଧବ ମୁଖୀ, ଶରତ ଚନ୍ଦ୍ର ଓଝା ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରୁ ମୋଟ ୧୩୯ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ନୀଳକଣ୍ଠ ମହାକୁଡ, ଭ୍ରମରବର ସେଠୀ, ଜିତେନ୍ଦ୍ର ଜେନା, ବିପିନି କୁଅଁର, ମିଲୁ ସ୍ୱାଇଁ, ଭଗବାନ ସା, ପ୍ରଶାନ୍ତ ଜେନା, ଭୀମସେନ ସିଂ, ଭବିଷ୍ୟତ ପାତ୍ର, ବିଭୁତି ଭୁଷଣ ମୁଖି, ପାଣ୍ଡବ ଜେନା, ପର୍ଶୁରାମ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ