ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

 କଳାହାଣ୍ଡି, (ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଇନ୍ଦ୍ରାବତୀ ପ୍ରକଳ୍ପର ଅଵସରପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡା ଙ୍କ ଘରେ ଭିଜିଲାନ୍ସ ର ଚଢାଉ। ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜ ରେ ଏକକାଳୀନ ଭାବରେ ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳ ଙ୍କ ନେତୃତ୍ବରେ ଭିଜିଲାନ୍ସ ଚାରିଗୋଟି ଟିମ୍‌ର ଚଢାଉ ଜାରି ରହିଛି । ପ୍ରାଥମିକ ସୁଚନା ରୁ ସୁନା ଗହଣା ଜମି କାଗଜପତ୍ର, ବିମା କାଗଜପତ୍ର ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି । ଏହି ଚଢାଉ ରେ ଭିଜିଲାନ୍ସ ବାଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଲାବତି ବାଗଙ୍କ ନେତୃତ୍ବ ରେ ଚଢାଉ ଜାରି ରହିଥିବା ବେଳେ ଆୟ ବହିର୍ଭୁତ ସମ୍ପତି ର ଆକଳନ କରୁଛି ଭିଜିଲାନ୍ସ ଟିମ ତଦନ୍ତ ପରେ ସମସ୍ତ ସମ୍ପତି ର ଆନୁମାନିକ ମୁଲ୍ୟ ଜଣାପଡିବା ନେଇ ସୁଚନା ଦେଇଛନ୍ତି ଭିଜିଲାନ୍ସ ଟିମ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ