ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ପୁରଣ ପାଇଁ ଦାବୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ଧରି ପୁରଣ ନହୋଇ ଖାଲି ପଡିଥିବା ଅଭିଯୋଗ ହୋଇଛି । ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଏହି ହାଇସ୍କୁଲ ପରିଚାଳିତ ହେଉଛି । ଏହି ହାଇସ୍କୁଲରେ କେନ୍ଦ୍ରାପଡା ପୈାରାଚଂଳର ନିକଟବର୍ତ୍ତୀ ସମସ୍ତ ହାଇସ୍କୁଲ ଠାରୁ ସର୍ବାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀଟି ପୁରଣ ନହେବା ଦୁର୍ଭାଗ୍ୟର ବିଷୟ । ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଏହି ହାଇସ୍କୁଲରେ ନିଯୁକ୍ତି ପ୍ରଦାନ କରାଗଲେ ସ୍କୁଲର ଶିକ୍ଷାଦାନ ସମେତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ହୋଇପାରିବ ବୋଲି ଛାତ୍ରାଭିଭାବକ ଓ ପୁରାତନଛାତ୍ର ସଂସଦ ପକ୍ଷରୁ ଦାବୀ କରାଯାଇଛି । ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିଆଗରେ ରଖାଯାଇ ତୁରନ୍ତ ଜଣେ ପ୍ରଧାନ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରାଯିବାକୁ ଇଛାପୁର ହାଇସ୍କୁଲର ପୁରାତନ ଛାତ୍ରସଂସଦ ପକ୍ଷରୁ ନିରଞ୍ଜନ ମେକାପ,ଗୈାରାଙ୍ଗ ଚରଣ ସାହୁ,ପ୍ରାଣକୃଷ୍ଣ ବେହେରା,ମୁରଲିଧର ପଣ୍ଡା,ହେମନ୍ତ କୁମାର ସାହୁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ତୁରନ୍ତ ଜଣେ ପ୍ରଧାନ ଶିକ୍ଷକଙ୍କୁ ଏହି ସ୍କୁଲରେ ନିଯୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ