ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଚଷା ପିତ୍ତଳ ଗ୍ରାମର ଜଣେ ବୃଦ୍ଧ ଶନିବାର ଅପରାହ୍ନରେ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲେ । ଗ୍ରାମ ହାଟପଦା ନିକଟସ୍ଥ ନଦୀ କୂଳରେ ବୃଦ୍ଧଙ୍କ ମୃତ ଦେହ ଲାଗି ଥିବା ବେଳେ ଗ୍ରାମର କିଛି ଲୋକ ଦେଖି ପରିବାର ଓ ହିଞ୍ଜିଳି ପୁଲିସକୁ ଖବର ଜଣାଇଥିଲେ । ମୃତକ ଜଣକ ହିଞ୍ଜିଳି ଥାନା ଚଷା ପିତ୍ତଳ ଗ୍ରାମର କାଶୀନାଥ ଗୈାଡ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତ ଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


