ଇତିଶଙ୍କୁ ବାନ୍ଧ: ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଛାତ୍ର ନେତା ଇତିଶ ପ୍ରଧାନଙ୍କ ବିରୋଧରେ ମୁହଁ ଖୋଲିଛି ପ୍ରଦେଶ ଛାତ୍ର କଂଗ୍ରେସ । ଇତିଶଙ୍କୁ ଗିରଫ କରିବାକୁ ପୁଲିସ ନିକଟରେ ଦାବି ଜଣାଇଛି ଛାତ୍ର କଂଗ୍ରେସ । ଏ ନେଇ ଛାତ୍ର କଂଗ୍ରେସ ଏତଲା ଦେଇଛି କ୍ୟାପିଟାଲ ଥାନାରେ । ଆଜି ଅପରାହ୍ନରେ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟସିର ନୱାଜ ଏଆଇସିସି ସଦସ୍ୟ ତଥା ଛାତ୍ର କଂଗ୍ରେସ ନେତ୍ରୀ ମନିଷା ତ୍ରିପାଠୀ, ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ନିରଞ୍ଜନ ଦାସ ପ୍ରମୁଖ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇତିଶଙ୍କ ବିରୋଧରେ ବର୍ଷିଥିଲେ । ୟାସିର କହିଲେ ଇତିଶ ବାଚାଳମୀ କରୁଛନ୍ତି । ରାଜ୍ୟ ସଭାପତିଙ୍କ ନିରଞ୍ଜନପଟ୍ଟନାୟକଙ୍କ ବିରୋଧରେ ଇତିଶ ଅତି କଟୁ ସମାଲୋଚନା କରିଛନ୍ତି । ଅଭଦ୍ରୋଚିତ ଭାଷା ପ୍ରୟୋଗ କରିଛନ୍ତି । ପିସିସି ସଭାପତିଙ୍କୁ ଅଣ୍ଡାମାଡ଼ କରିବାକୁ ଧମକ ଦେଇଛନ୍ତି । ଦଳ ବିରୋଧରେ ଇତିଶ ଷଡ଼ଯନ୍ତ୍ର ଚଳାଇଛନ୍ତି । ତେଣୁ ଛାତ୍ର କଂଗ୍ରେସର କୌଣସି କର୍ମକର୍ତ୍ତା ତାଙ୍କ ସହ ନାହାନ୍ତି । ସେ ଯାହା ବି କରିଛନ୍ତି କଂଗ୍ରେସକୁ କ୍ଷତି ପହଞ୍ଚାଇବା ପାଇଁ କହିଛନ୍ତି । ଛାତ୍ର କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରୁଛି । ଇତିଶଙ୍କ ଏଭଳି ବିଶୃଙ୍କଳିତ ଆଚରଣ ପାଇଁ ତାଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି ଜଣାଇ ଦିଆଯିବ । ସାମ୍ବାଦିକ ସମ୍ମିଳନୀ ପରେ ଛାତ୍ର କଂଗ୍ରେସର ଏହି ପ୍ରତିନିଧି ଦଳ କ୍ୟାପିଟାଲ ଥାନାରେ ଇତିଶଙ୍କ ବିରୋଧରେ ଏତଲା ଦେଇଛନ୍ତି । ପିସିିସି ସଭାପତିଙ୍କୁ ଅଣ୍ଡା ମାଡ଼ ଧମକ ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ