ଇପିଏଫ ପେନଶନ ଭୋଗୀ ଙ୍କ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ଦାବୀ ପୂରଣ ପାଇଁ ନିବେଦନ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ରାଜ୍ୟ ଇପିଏଫ ପେନଶନର୍ସ ଆସୋସିଏସନ ଆହ୍ୱାନ କ୍ରମେ ପାଞ୍ଚପିଢ଼ ଉପଖଣ୍ଡ ର ପେନଶନ ଭୋଗୀ ମାନେ ଏକତ୍ରିତ ହୋଇ ପୋଷ୍ଟକାର୍ଡ ମାଧ୍ୟମ ରେ ବିଭିନ୍ନ ସରକାରୀ ବେସରକାରୀ କଳ କାରଖାନା ରେ ଚାକିରୀ କରି ଅବସର ନେବା ପରେ ଭବିଷ୍ୟ ନିଧି ପାଣ୍ଠି ବା ଇପିଏଫ ରୁ ହଜାରେ କିମ୍ବା ତାଠାରୁ କମ ପେନଶନ ପାଉଥିବା ଉପଖଣ୍ଡ ର ଶତାଧିକ ପେନଶନ ଭୋଗୀ ନିଜ ଔଷଧ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ଜିନିଷ ର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ମାସିକ ୧ ହଜାର ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ଏଣୁ ପେନଶନ କୁ ସର୍ବନିମ୍ନ ୯ ହଜାର ଟଙ୍କା ମହାଙ୍ଗା ଭତ୍ତା ପ୍ରଦାନ ସହିତ ସମସ୍ତଙ୍କୁ ଆୟୁଷ୍ମାନ ଭାରତ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ପ୍ରେରଣ କରିଛନ୍ତି । ପୂର୍ବରୁ ବହୁବାର ରାଜ୍ୟ ସରକାର ଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଥିଲେ ମଧ୍ୟ ପେନଶନ ଭୋଗୀ ଙ୍କ ଦାବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ଏଣୁ ଆସନ୍ତା ଜୁଲାଇ ମାସ ରେ ରାଜ୍ୟର ସମସ୍ତ ଆରଡିସି ଅଫିସ ସମ୍ମୁଖ ରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ମଧୁସୂଦନ ଭଟ୍ଟ, କିଶୋର ମହାନ୍ତ, ପ୍ରତାପ ଚନ୍ଦ୍ର ମହାନ୍ତ, ଚାରୁଚନ୍ଦ୍ର ବୈଦ, ଯଦୁମଣି ପାତ୍ର ପ୍ରମୁଖ ଙ୍କ ସହିତ ଶତାଧିକ ପେନଶନ ଭୋଗୀ ଉପସ୍ଥିତ ହୋଇ ଚିଠି ମାଧ୍ୟମ ରେ ପ୍ରଧାନମନ୍ତ୍ରୀ ଙ୍କୁ ନିଜ ଦାବୀ କୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।  ଆସନ୍ତା ଜୁଲାଇ ମାସ ରେ ରାଜ୍ୟର ସମସ୍ତ ଆରଡିସି ଅଫିସ ସମ୍ମୁଖ ରେ ଗଣଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ମଧୁସୂଦନ ଭଟ୍ଟ, କିଶୋର ମହାନ୍ତ, ପ୍ରତାପ ଚନ୍ଦ୍ର ମହାନ୍ତ, ଚାରୁଚନ୍ଦ୍ର ବୈଦ, ଯଦୁମଣି ପାତ୍ର ପ୍ରମୁଖ ଙ୍କ ସହିତ ଶତାଧିକ ପେନଶନ ଭୋଗୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ