ପାରାଦ୍ୱୀପ ବନ୍ଦର ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହର ଶୁଭାରମ୍ଭ
ପାରାଦ୍ୱୀପ (ପୀତବାସ ପ୍ରଧାନ): ପାରାଦ୍ୱୀପ ବନ୍ଦର ପକ୍ଷରୁ ୫୦ତମ ଜାତୀୟ ସୁରକ୍ଷା ସପ୍ତାହ ଉତ୍ସବ ମାର୍ଚ୍ଚ ୪ତାରିଖ ରେ ଉଦ୍ଘାଟିତ ହୋଇଯାଇଛି । “ବିପର୍ଯ୍ୟୟରୁ ଶିକ୍ଷା ଏବଂ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ପସ୍ତୁତ” ବିଷୟବସ୍ତୁ କୁ ନେଇ ଏହି ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ବନ୍ଦର ର ୪ନମ୍ବର ଫାଟକ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ ସେଫ୍ଟି ର ଅତିରିକ୍ତ ନିର୍ଦ୍ଦେଶକ ବି.ଗୋପିନାଥ, ବନ୍ଦର ସିଏମ୍ଇ ସରୋଜ କୁମାର ଦାସ ଙ୍କ ସମେତ ବନ୍ଦରର ଉଚ୍ଚପଦାଧିକାରୀ ମାନେ ଉପସ୍ଥିତ ଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନେ ବନ୍ଦର ନିଷିଦ୍ଧାଞ୍ଚଳରେ କର୍ମଚାରୀ ଓ ଶ୍ରମିକମାନେ କିପରି ସୁରକ୍ଷା ନିୟମ ମାନି ଚାଲିବେ, ସେ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ବନ୍ଦର ସୁରକ୍ଷା ଅଧିକାରୀ ପି.କେ.କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


