ଇଲେଭେନ ଷ୍ଟାର ୧୯ବର୍ଷରୁ କମ କ୍ରିକେଟ, ଜୁନିୟର ଇଲେଭେନ ଷ୍ଟାର ଚମ୍ପିୟାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଠାରେ ଚାଲିଥିବା ଇଲେଭେନଷ୍ଟାର ୧୯ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାିଛି । ଏହି ଫଟାଫଟ ୫ଓଭରିଆ କ୍ରିକେଟ ମ୍ୟାଚରେ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ଜୁନିୟର ଇଲେଭେନ ଷ୍ଟାର ଶାସଙ୍ଗ ମା ମଙ୍ଗଳା ଡଙ୍କୁରୀ କ୍ରିକେଟ କ୍ଲବକୁ ୫ରନରେ ପରାସ୍ତକରି ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜୁନିୟର ଇଲେଭେନ ଷ୍ଟାର ୪ଉଇକେଟ ହରାଇ ୫୯ରନ କରିଥିବାବେଳେ ମା ମଙ୍ଗଳା କ୍ରିକେଟ କ୍ଲବ ୪ଉଇକେଟ ହରାଇ ମାତ୍ର ୫୪ରନ କରି ପରାସ୍ତ ହୋଇଥିଲା । ଅମ୍ପାୟାର ଭାବେ ଜଗନ୍ନାଥ ପାଢ଼ୀ ଓ ଅଚ୍ୟୁତାନନ୍ଦ ରାଉତ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ପ୍ରୀତିରଞ୍ଜନ ଜେନା ଓ ଅଭିମାନ ସାହାଣି ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଜୁନିୟର ଇଲେଭେନ ଷ୍ଟାରର ସଞ୍ଜୟ କୁମାର ଜେନା ଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ଓ ବଳରାମ ଜେନା ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ରୋହିତ କୁମାର ଜେନା, ଦିବ୍ୟଜ୍ୟୋତି ଜେନା, ଜୟପ୍ରକାଶ ସୁବୁଦ୍ଧି, ବାଦଲ ଜେନା, ସତ୍ୟବ୍ରତ ସେଠୀ, ଅଭୟ ଜେନା, ଲିମୁନୁ ରାଉତ, ଚିନ୍ମୟ ଜେନା,ଆଦର୍ଶ ଅଭିଷେକ ନାୟକ, ବାରିଜ ସ୍ୱାଇଁ, ଜଗବନ୍ଧୁ ଜେନା, ସିପୁନୁ ଜେନା, ଚକ୍ରଧର ପ୍ରଧାନ, ବଣ୍ଟି ରାଉତ, ଅଭିତ ଜେନା ପ୍ରକୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ