ଇସ୍ତଫା ଦେଲେ ଜିଲ୍ଲା ବିଜେଡି ଉପସଭାପତି
ଭଞ୍ଜନଗର, (ସନ୍ତୋଷ ଜେନା):ବିଜୁ ଜନତା ଦଳର ଗଡ ବୋଲାଉ ଥିବା ଗଂଜାମ ଜିଲ୍ଲା ଗତ 25 ବର୍ଷରେ ସମସ୍ତ ଲୋକ ସଭା ଓ ପ୍ରାୟ ସବୁ ବିଧାନସଭା ସଭ୍ୟ ପଦ ବଜାୟ ରଖିଥିଲା ଓ ଏସବୁ ସମ୍ଭବ ହୋଇ ପାରିଥିଲା ଜିଲ୍ଲା ସଂଗଠନରେ ଥିବା କର୍ମ କର୍ତ୍ତା ଯୋଗୁଁ।କର୍ମକର୍ତ୍ତା ମାନେ ଦିନରାତି ଏକ କରି ବିଜୁ ଜନତା ଦଳର ବିକାଶ ତଥା ସାଙ୍ଗଠନିକ ଦାଇତ୍ୱ ତୁଲାଇ ଥିଲେ।କିନ୍ତୁ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସମଗ୍ର ଓଡ଼ିଶାରେ ବିଜୁ ଜନତା ଦଳର ବିପର୍ଯ୍ୟୟ ସହ ବିଜେଡି ର ଗଡ ଗଂଜାମ ଜିଲ୍ଲାରେ ନିର୍ବାଚନ ରେ ଶୋଚନୀୟ ପରାଜୟ ହୋଇଛି ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପରାଜୟ ହୋଈଛି |ତେଣୁ ଏହି ବିପର୍ଯ୍ୟୟ ରେ ଅନେକ ବିଜୁ ଜନତା ଦଳ କର୍ମୀ ତଥା ନେତୃ ବୃନ୍ଦ ମର୍ମାହତ ହୋଇ ପଡିଛନ୍ତି।ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ର ଜିଲ୍ଲା ଉପ ସଭାପତି ରାଜକୁମାର ସାହୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି।ସେ ସମ୍ବାଦିକ ମାନଙ୍କୁ ଲିଖିତ ଆକାରରେ ଏକ ପ୍ରେସ ବିବୃତି ଦେଇଥିଲେ ଓ କହିଥିଲେ ଯେ ନୈତିକତା ଦୃଷ୍ଟିରୁ ଜିଲ୍ଲା ଉପ ସଭାପତି ପଦରୁ ଇସ୍ତଫା ଦେଉଛି ଓ ଏହାର ଏକ ନକଲ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ରାଜ୍ୟ ସଭାପତି ଙ୍କ ପାଖକୁ ପଠାଇଛନ୍ତି।