୨୦୫୦ ବେଳକୁ କଦଳୀ ମିଳିବନି!

ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ କଦଳୀ ଚାଷ ଉପରେ । କ୍ରମାଗତ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱରେ କଦଳୀ ଉତ୍ପାଦନର ହାର କମୁଛି । ଏଥିରେ ସୁଧାର ନ ଆସିଲେ ୨୦୫୦ ବେଳକୁ ଜନମାନସରୁ କଦଳୀ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିବ, ନଚେତ ଅଳ୍ପ କିଛି ରାଷ୍ଟ୍ରରେ ଅତି ସୀମିତ ପରିମାଣରେ ଉତ୍ପାଦିତ ହେଉଥିବ । ‘ଇଂଲଣ୍ଡର ୟୁନିଭର୍ସିଟି ଅଫ ଏକ୍ସଟେରିଅର’ର ଗବେଷକମାନେ ଏହି ସତର୍କବାଣୀ ଶୁଣାଇଛନ୍ତି । ବିଶ୍ୱର ସର୍ବାଧିକ କଦଳୀ ଉତ୍ପାଦନକାରୀ ସତେଶଟି ରାଷ୍ଟ୍ର ଉପରେ ଗଲା ଦଶ ବର୍ଷର ଅଧ୍ୟୟନରୁ ଗବେଷକଙ୍କୁ ଏହି ନିଷ୍କର୍ଷ ମିଳିଶି । ‘ନେଚର୍ କ୍ଲାଇମେଟ ଚେଞ୍ଚ’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କଦଳୀ ଉତ୍ପାଦନରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ ଏବଂ ଖାଉଟିଙ୍କ ସଂଖ୍ୟା ବି ସର୍ବାଧିକ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭାରତ ସମେତ ବ୍ରାଜିଲ, କଲମ୍ବିଆ, କୋଷ୍ଟା ରିକା, ଗ୍ୱେଟେମାଲା, ପାନାମା, ଫିଲିପିନସ ଭଳି ଆଗୁଆ କଦଳୀ ଉତ୍ପାଦିତ ରାଷ୍ଟ୍ରଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ