ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ ଗିରଫ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମେଧାବୃତି ସ୍କଲାରସିପରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି । ଗିରଫ ପ୍ରକାଶ ରଥ ଚାକିରିରେ ଥିବା ସମୟରେ ସ୍କଲାରସିପ ପାଇଁ ଯୋଗ୍ୟ ନଥିବା ୨୩୫ ଜଣ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏଥିସହିତ ୨୦୧୪-୧୫ ମସିହାରେ ଉଚ୍ଚ ଶିକ୍ଷା ବିଭାଗ ମେଧାବୃବୃତି ଯୋଜନାରେ ବ୍ୟାପକ ଆର୍ôଥକ ଅନିୟମିତତା ହୋଇଥିବା ନେଇ ଜାଣିବାକୁ ପାଇଥିଲା । ଏହାପରେ ୨୦୧୭ ମସିହାରେ ଏହାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଏକ ଚିଠି କରିଥିଲେ ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଚିଠିକୁ ଆଧାର କରି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରି ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ