ପୋଲିସ୍ ଡିଜିଙ୍କ ଦ୍ୱାରା ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ ଉଦଘାଟିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଷ୍ଟେଟ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ ପୋଲିସ୍ ଡିଜିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ମଚେଶ୍ୱର ଶିଳ୍ପାଂଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଏହି ଲାବରେଟୋରୀରେ ଅପରାଧ ଏବଂ ଅପରାଧିର ସମସ୍ତ ଟେଷ୍ଟିଂ କରାଯାଇ ପାରିବ । ପୁରୁଣା ବିଲ୍ଡିଂରେ ଥିବା ୭ଟି ବିଭାଗକୁ ନୂଆ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି । ଲାଏ ଡିଟେକ୍ସନ ଟେଷ୍ଟ, ଫିଜିକ୍ସ, ସାଇବର ଫରେନ୍ସିକ, ବାଲିସଟିକ୍ସ, ବାୟୋଲୋଜି, ସେରୋଲୋଜି, କେମେଷ୍ଟ୍ରି ଲ୍ୟାବ ସ୍ଥାନାନ୍ତର ହୋଇଛି । ଏହି ସବୁ ଟେଷ୍ଟିଂ ପାଇଁ ହାଇ ଟେକ୍ନୋନୋଜି ବ୍ୟବହାର କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଶ୍ରୀ ଅଭୟ ।
ଖୁବ୍ ଶୀଘ୍ର ଏହି କୋଠାରେ ଗୁରୁତ୍ୱପୂର୍ଣ୍ଣ ଡିଏନ୍‌ଏ ଟେଷ୍ଟିଂ ମେସିନ୍ ଏବଂ ସାଇବର ଫରେନ୍ସିକ୍ ଲ୍ୟାବ୍ ନିର୍ମାଣ କରାଯିବ । ଏହି ଦୁଇଟି ଟେଷ୍ଟିଂ ଆରମ୍ଭ ହେଲେ ରାଜ୍ୟରେ ଘଟୁଥିବା ଜଟିଳ ମାମାଲା ଗୁଡିକର ପ୍ରମାଣ ଯୋଗାଡ କରିବା ପାଇଁ ବା ଟେଷ୍ଟିଂ କରିବା ପାଇଁ ଓଡ଼ିଶା ପୋଲିସକୁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ଡିଜି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ