ଉଠାଦୋକାନୀ ହେଉଛନ୍ତି ସହରର ମେରୁଦଣ୍ଡ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଜାତୀୟ ଉଠାଦୋକାନୀ ଦିବସ । ଏହି ଦିବସଟି ସାରା ଭାରତବର୍ଷରେ ପାଳିତ ହେଉଥିବା ବେଳେ ଭୁବନେଶ୍ୱର ୟୁନିଟ୍‌-୧ଠାରେ ଏହି ଦିବସଟି ଧୁମ୍‌ଧାମରେ ପାଳିତ ହୋଇଯାଇଛି । ଏହି ଦିବସକୁ ଉଦ୍‌ଘାଟକ ଭାବେ ବିଏମ୍‌ସିର ପୂର୍ବତନ କମିଶନର ତଥା ବର୍ତ୍ତମାନର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍‌ଘାଟନ ଅବସରରେ କହିଲେ ଯେ, ମୋତେ ଆଜି ଖୁସି ଲାଗୁଛି, ମୁଁ ଭେଣ୍ଡିଂଜୋନରେ ବସି ଉଠାଦୋକାନୀ ଦିବସ ପାଳନ କରୁଛି । ଏହି ଭେଣ୍ଡିଂଜୋନ ହେଉଛି ମୋର ଜୀବନ । ଭେଣ୍ଡିଂଜୋନ ତିଆରି କରିବା ସମୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ମୁଁ ଖାତିର ନକରି ଉଠାଦୋକାନୀମାନଙ୍କୁ ଥଇଥାନ କରିଥିଲି ଏବଂ ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିଥିଲି । ବିଶ୍ୱ ହକିଖେଳ ଏବଂ ପ୍ରବାସୀ ଭାରତୀୟ ସମ୍ମଳଳନୀ ସମୟରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କ ବିଷୟରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରି ଥଇଥାନା କରାଯିବାକୁ ପଦକ୍ଷେପ ନେବି । ଏକାମ୍ର ବିଧାୟକ ବାବୁ ସିଂ କହିଲେ ଯେ, ମୋ ନିର୍ବାଚନ ମଣ୍ଡଳୀରେ ଯେତେ ଉଠାଦୋକାନୀ ଅଛନ୍ତି, ସମସ୍ତଙ୍କ ଥଇଥାନ ଦାୟିତ୍ୱ ବିଧାୟକଙ୍କର । ମୁଁ ଯେତେବେଳେ ବିଧାୟକ ନଥିଲି, ସତେବେଳେ ଉଠାଦୋକାନୀମାନଙ୍କ ପାଇଁ ଲଢେଇ କରୁଥିଲି । ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ ଯେ, ଆମ ସରକାର ସବୁବେଳେ ଉଠାଦୋକାନୀ ମାନଙ୍କ ସହିତ ଅଛି ଏବଂ ରହିଥିବ । ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ କହିଲେ ଯେ, ମଧ୍ୟ ନିର୍ବାଚନ ମଣ୍ଡଳୀରେ ଯେତେ ଉଠାଦୋକାନୀ ଅଛନ୍ତି ସେମାନଙ୍କ ଦାୟିତ୍ୱ ହେଉଛି ମୋର । ଆଜିର ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଉଠାଦୋକାନୀ ୱେଲଫେୟାର ବୋର୍ଡ଼ ଗଠନ କରି ରାଜ୍ୟ ସରକାର ଏକ ଇତିହାସ ସୃଷ୍ଟି କରନ୍ତୁ । ଏହି ବୋର୍ଡ଼ ଗଠନ ହେବା ଫଳରେ ଓଡ଼ିଶାର ୪ ଲକ୍ଷ ଉଠାଦୋକାନୀଙ୍କ ୧୬ଲକ୍ଷ ଲୋକ ଉପକୃତ ହେବେ ବୋଲି କହିଥିଲେ । ଏହି କର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ସୁମନ ପୃଷ୍ଟି, ବସନ୍ତ କୁମାର ରାଉତ, ଭାରତୀ ସେଠୀ, ପ୍ରଶାନ୍ତ କୁମାର ନାୟକ, ଶରତ କୁମାର ସାହୁ, ନାରୁଆ ସାହୁ, ସୁଦର୍ଶନ ସାହୁ, ଦମୟନ୍ତୀ ପରିଡ଼ା, ସବନମ ବିବି ପରିଚାଳନା କରିଥିବା ବେଳେ ଲଲାଟ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ