ଉତ୍କଳ ଖଡୁରା ସମାଜର ସାଂଗଠନିକ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଉତ୍କଳ ଖଡୁରା ସମାଜର ସାଂଗଠନିକ ବୈଠକ ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ ଏବଂ ଯୋଗେନ୍ଦ୍ର ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖଡୁରା ଜାତିର ଉନ୍ନତି, ଏକତା ଏବଂ ମାନବୃ୍ଦ୍ଧି ପାଇଁ ବହୁ ଜରୁରୀ ବହୁମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ଉତ୍କଳ ଖଡୁରା ସମାଜର ସଭାପତି ରୂପେ ସୁରେନ୍ଦ୍ର ଚନ୍ଦ୍ର ନାୟକ, ଉପସଭାପତି ରୂପେ ପ୍ରସନ୍ନ କୁମାର ସାହୁ,ସମ୍ପାଦକ ରୂପେ ତ୍ରିପତି ସୁବୁଦ୍ଧି, ସହସମ୍ପାଦକ ରୂପେ ହରିକୃଷ୍ଣ ସାହୁ ଏବଂ କୋଷାଧ୍ୟକ୍ଷ ରୂପେ ରାମଚନ୍ଦ୍ର ସାହୁ ନିର୍ବାଚିତ ହୋଇଥିଲେ I ସେହିପରି ସମାଜର ଉପଦେଷ୍ଟା ରୂପେ ନିରଞ୍ଜନ ସାହୁ, କୈଳାସ ସାହୁ,ସୁଦର୍ଶନ ନାୟକ, କୃଷ୍ଣ ସୁବୁଦ୍ଧି, ଜନାର୍ଦ୍ଦନ ନାୟକ, ଫ୍ରଫୁଲ୍ଲ ନାୟକ, ବୁଲୁ ସୁବୁଦ୍ଧି ପ୍ରମୁଖ ମନୋନୀତ ହୋଇଥିଲେ I କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ