ଉତ୍କଳ ସାମ୍ବାଦିକ ସଂଘର ପ୍ରତିନିଧି ମଣ୍ଡଳୀର ସହ ଡିଜିଙ୍କ ସହ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ କ୍ରମାଗତ ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧିପାଇଛି । ଏଥିରେ ଉଦ୍‌ବେଗ ପ୍ରକାଶକରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ସାମ୍ବାଦିକଙ୍କୁ ସୁରକ୍ଷା ସୁନିଶ୍ଚିତ କରିବାର ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ପ୍ରତିନିଧିମାନେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଡିଜି ସୁନିଲ କୁମାର ବଂଶଲ୍‌ଙ୍କୁ ଭେଟି ଜଣାଇଥିଲା କି, କେବଳ ନିର୍ବାଚନ ସମୟରେ ବଂର ବିଗତ କିଛି ବର୍ଷ ହେବ ରାଜ୍ୟରେ ସାମ୍ବାଦିକମାନେ କ୍ରମାଗତ ଆକ୍ରମଣର ଶିକାର ହେଉଛନ୍ତି । କେତେକ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ତାହା ଦୃଡ଼ ଓ ଦୃଷ୍ଟାନ୍ତମୂଳକ ନହେଉଥିବାରୁ ଆକ୍ରମଣକାରୀଙ୍କ ମନବଳ ବୃଦ୍ଧି ପାଉଛି । ଅନେକସ୍ଥାନରେ ସାମ୍ବାଦିକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଯାଉଛି । ଯାହା ଫଳରେ ମୁକ୍ତ ଓ ଅବାଧ ସାମ୍ବାଦିକତା ପ୍ରତି ଆହ୍ୱାନ ସୃଷ୍ଟି କରିଛି । ଆଲୋଚନା କାଳରେ ଶ୍ରୀ ବଂଶଲ୍ ଦୃଡ଼ ଗଣତନ୍ତ୍ର ପାଇଁ ଭୟ ମୁକ୍ତ ସାମ୍ବାଦିକତାର ଗୁରୁତ୍ୱକୁ ଦୋହରାଇବା ସହ ବିଞ୍ଜାରପୁର ଘଟଣାରେ ଦୃଡ଼ କାର୍ଯ୍ୟାନୁଷ୍ଠାର ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ପୁଲିସ ଆଗକୁ ଅଧିକ ସମ୍ବେଦନଶୀଳ ହେବ ବୋଲି ଡିଜି ପ୍ରକାଶ କରିଥିଲେ । ଏହି ଆଲୋଚନା ବେଳେ ସଂଘ ପକ୍ଷରୁ ଏହି ଆଲୋଚନା ବେଳେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିମଳ ଭଞ୍ଜଦେଓ, ଅଶୋକ ସାହୁ, ଲିଙ୍ଗରାଜ ସାହୁ, ଭୁବନେଶ୍ୱର ସଂଘର ସଂଘଠନ ସମ୍ପାଦକ ଜିତେନ୍ଦ୍ର କୁମାର ମହାନ୍ତି, ସଞ୍ଜୟ କୁମାର ଜେନା, ମନୋରଞ୍ଜନ ମିଶ୍ର, ସତ୍ୟଜିତ୍ ସେଣ, ପ୍ରକାଶ ସାହୁ, ଦିନବନ୍ଧୁ ଖିଲାର, ବିକ୍ରମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ