ଏଚ୍ପିସିଏଲ୍ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏଚ୍ପିସିଏଲ୍ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ଼୍ ପକ୍ଷରୁ ରବିନ୍ଦ୍ର ମହାପାତ୍ର ଏଣ୍ଡ୍ କୋ ସହାୟତାରେ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟତ ହୋଇଯାଇଛି । କଟକ ଟାଙ୍ଗୀ କଇରାପାରୀ ମୁଖ୍ୟ ରାସ୍ତାରେ ଏଚ୍ପିସିଏଲ୍ ପକ୍ଷରୁ ଏହି ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟତ ହୋଇଥିଲା । ରବିନ୍ଦ୍ର ଏଣ୍ଡ୍ କୋ’ ର ପ୍ରୋପାଇଟର ଆଦିତ୍ୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଚ୍ପିସିଏଲ୍ର ଇଷ୍ଟ ଜୋନ୍ର ଚିପ୍ ଜେନେରାଲ ମ୍ୟାନେଜର(ରିଟେଲ୍) ସିଙ୍ଗୁପାଲି ହରିପ୍ରସାଦ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନେଭ୍କ ମଧ୍ୟରେ ଏଚ୍ପିସିଏଲ୍ର ଏରିଆ ସେଲ୍ସ ମ୍ୟାନେଜର ଜୟ ପ୍ରକାଶ ପ୍ରଧାନ, ଚିପ୍ ରିଜୋନାଲ ମ୍ୟାନେଜର ଭାନୁ ଶଙ୍କର ସାହୁ, ସିନିୟର ମ୍ୟାନେଜର ଫାଲଗୁନି ସାହୁ, ପିଂଟୁ ସାହୁ, ରଶ୍ମୀ ପାୟଲ ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ । ରବିନ୍ଦ୍ର ଆଣ୍ଡ୍ କୋ’ର ନିର୍ଦେଶକଅରବିନ୍ଦ୍ର ମହାପାତ୍ର, ଅରୁନ୍ଧତି ମହାପାତ୍ର, ସୁଜାତା ମହାପାତ୍ର, ରଞ୍ଜିତା ମହାପାତ୍ର ଓ ଦିପାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ । ଏହି ପେଟ୍ରୋଲ ପମ୍ପ ଦ୍ୱାରା କଟକରୁ ଚଣ୍ଡିଖୋଲ, ବାଲେଶ୍ୱର, କୋଲକତା ଆଡ଼କୁ ଯିବା ରାସ୍ତାରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ପାଇବାରେ ସୁବିଧା ପାଇପାରିବେ ବୋଲି କୁହାଯାଇଛି ।


