ଉତ୍ତରାଖଣ୍ଡରେ ପୁଣି ଭୂସ୍ଖଳନ; ୩ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ
ଡେରାଡୁନ: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ପୁଣି ଭୂସ୍ଖଳନ ଘଟିଛି । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ କରି କହିଛନ୍ତି ଯେ ପିଥୋରାଗଡ ଜିଲ୍ଲାର ଜୁମା ଗ୍ରାମ ନିକଟରେ ଭୂସ୍ଖଳନ ହେତୁ ମୋଟ ୭ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। “ଏହି ପରିପ୍ରେକ୍ଷୀରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହେବା ପରେ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଫସି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଉତ୍ତରାଖଣ୍ଡ ସିଏମ ଟ୍ୱିଟ କରିଛନ୍ତି।ରିପୋର୍ଟ ଅନୁଯାୟୀ କିଛି ଘଣ୍ଟା ପରେ ଭୂସ୍ଖଳନରେ ନିଖୋଜ ହୋଇଥିବା ୭ ଜଣଙ୍କ ମଧ୍ୟରୁ ପିଥୋରାଗଡ ଜିଲ୍ଲାର ଜୁମ୍ମା ଗ୍ରାମ ନିକଟରେ ତିନିଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଜଣାପଡ଼ିଛି।


