କଲେଜ ଅଧ୍ୟକ୍ଷଙ୍କୁ ବୀଭତ୍ସ ହତ୍ୟା
କଟକ (ୱାଇଏନ୍ଏ୍): କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା। କଟକ କନ୍ଦରପୁର ଥାନା ଅନ୍ତର୍ଗତ ଶିଦ୍ଦେଶ୍ୱରପୁର ଗାଁର ସୁଦର୍ଶନ ଶତପଥୀଙ୍କୁ ବୀଭତ୍ସ ଭାବରେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସେ କ୍ଷୀର ପାଇଁ ନିକଟସ୍ଥ ବଜାରକୁ ଯାଇ ସ୍କୁଟିରେ ଫେରୁଥିବା ବେଳେ ଏକ ଧାରୁଆ ଅସ୍ତ୍ର ରେ ତାଙ୍କୁ ହତ୍ୟା କରାଯାଇଛି। ତାଙ୍କୁ କିଏ କଣ ପାଇଁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ।


