ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ରଙ୍କ ଇସ୍ତଫା

ନୂଆଦିଲ୍ଲୀ,(ଓ୍ୱାଇଏନ୍‌ଏସ୍ )ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍ ଆଜି ନିଜ ପଦବୀରୁ ଇସ୍ତଫା ଦେଇଥିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ରାଜ୍ୟ ବିଧାନସଭା ନିର୍ବାଚନ ଆଉ ମାତ୍ର ବର୍ଷକ ପରେ ହେବାକୁ ଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ରାୱତଙ୍କ ଇସ୍ତଫା ଘଟଣା ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି ।   ଗତକାଲି ମୁଖ୍ୟମନ୍ତ୍ରୀ ରାୱତ ଦିଲ୍ଲୀ ଗସ୍ତରେ ଯାଇଥିଲେ । ହଠାତ୍ ଏହା ପରେ ପରେ ସେ ରାଜ୍ୟପାଳ ବେବିରାଣୀ ମୌରିଆଙ୍କୁ ଇସ୍ତଫା ଦେଇଛନ୍ତି । କ୍ଷମତାରେ ରହି ୪ ବର୍ଷ ପୁରଣ କରିବା ପରେ ଆଉ ମାତ୍ର ଗୋଟିଏ ବର୍ଷ କ୍ଷମତା ରହିଥିଲେ ମଧ୍ୟ ତାହା ରାୱତ ପୁରଣ କରି ପାରିନାହ୍ନ୍ତି । ଦିଲ୍ଲୀ ରାଜନୀତି ଓ ଉତ୍ତରାଖଣ୍ଡ ରାଜନୀତି ମଧ୍ୟରେ ସିଧାସଳଖ ନିୟନ୍ତ୍ରଣ ରହୁଥିବା ସ୍ପଷ୍ଟ ହୋଇଛି । ତେବେ ନେତୃତ୍ୱରେ କାର‌୍ୟ୍ୟଦକ୍ଷତାର ଅଭାବକୁ ଟାର୍ଗେଟ୍ କରି ବିଜେପି ମୁଖିଆମାନେ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି । ୨୦୧୭ରେ ଉତ୍ତରାଖଣ୍ଡ ନିର୍ବାଚନରେ ବିଧାନସଭାର ସମୁଦାୟ ୬୯ ଆସନରୁ ବିଜେପି ସମୁଦାୟ ୫୭ ଆସନରେ ବିଜୟ ଲାଭ କରିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୬୦ ବର୍ଷ ବୟସ୍କ ରାୱତ ନେତା ଭାବେ ଚୟନ ହୋଇଥିଲେ । ଏହା ପରେ ପରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର‌୍ୟ୍ୟଭାର ତୁଲାଇଥିଲେ । ତେବେ ଗତ ୪ ବର୍ଷର କାର‌୍ୟ୍ୟଧାରା ସନ୍ତୋଷଜନକ ନଥିବା ଦଳୀୟ ନେତାମାନେ ହୃଦବୋଧ କରିଛନ୍ତି । ବିଜେପିରେ ରହି ସେ ଅତି ଦାୟିତ୍ୱସମ୍ପନ୍ନ ଭାବେ ନିଜର କାର‌୍ୟ୍ୟ ପ୍ରଦର୍ଶନ କରିଛନ୍ତି ବୋଲି ରାୱତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦଳ ପକ୍ଷରୁ ସାମୁହିକ ଭାବରେ ନେତା ଚୟନ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ । ରାଜ୍ୟର ଅନ୍ୟଜଣେ ମନ୍ତ୍ରୀ ଧନ୍‌ସିଂ ରାୱତ୍ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ