ଉଦ୍ୟମ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶ୍ୱରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତ୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କର ଫିଲୋସଫିରେ ‘ଆର୍ଟ ଅଫ ଗିଭିଙ୍ଗ’ ମାଧ୍ୟମରେ ପଟିଆ ବିଗ୍ ବଜାର ନିକଟସ୍ଥ ତ୍ରିଷ୍ଣା ମଣ୍ଡପଠାରେ ଏକଦିବସୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କମିଶନରେଟ ପୋଲିସ୍ର ଏ.ସି.ପି. ଲଳିତେନ୍ଦୁ ମହାନ୍ତି, ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି, ସମାଜସେବୀ ପ୍ରକାଶ ରଥ, ମୀରା ପରିଡ଼ା, ସାଧନା ମିଶ୍ର, ପ୍ରକାଶ ତ୍ରିପାଠୀ, ଶାନ୍ତନୁ ଶତପଥୀ, ସୁକେଶ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସର୍ବମୋଟ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଟ୍ରଷ୍ଟର ସମ୍ପାଦକ ଦିଲ୍ଲୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ରକ୍ତଦାତାମାନଙ୍କୁ ସାନିଟାଇଜ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିତ ସାମନ୍ତରାୟ, କାଳନ୍ଦୀ ଦାସ, ଜ୍ୟୋତିରଞ୍ଜନ ସାହୁ, ନିରଞ୍ଜନ ସାହୁ, ଲିପନ ବାରିକ, ସନ୍ଦୀପ ଲେଙ୍କା, ପୁଷ୍ପଲତା ସାହୁ, ପଲିଶ୍ରୀ ଟୁଡୁ, ଚନ୍ଦ୍ରରାଜ ମହାରଣା, ସୌମ୍ୟରଞ୍ଜନ ଜେନା, ପବିତ୍ର ବେହେରା, ଆଶୀର୍ବାଦ ପରିଡ଼ା, ବିକ୍ରମ ମଲ୍ଲିକ, ବବୁଲ ମାଣିକ, ସାଧନ ସ୍ୱାଇଁ, ଭରତରତ୍ନ ବେହେରା ଓ ସୁରେଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


