ଏଏସଆଇଙ୍କ ମହାନତା ନେଇ, ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି
ପାରଳାଖେମୁଣ୍ଡି: (ତାରିଣି ପ୍ରସାଦ ପଣ୍ଡା) :ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗେସ ଖାଲ ଗ୍ରାମ ପଞ୍ଚାୟତ ଭାଲିପଙ୍କା ଗ୍ରାମର ପ୍ରଫୁଲ୍ଲ ନାୟକ ଙ୍କ ବଡ଼ ଝିଅ ଙ୍କ ଦେହ ଖରାପ ହୋଇ ଥିବାରୁ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ କିନ୍ତୁ ଅଚାନକ ମେଡ଼ିକାଲ୍ ଭିତର କୁ ପ୍ରବେଶ କରୁଥିବା ସମୟରେ ତାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇ ପଡ଼ିଥିଲା ।ଯାହା ଫଳରେ ସେଠାର ଉପସ୍ଥିତି ଥିବା ମୋହନା ଥାନା ର ଏଏସଆଇ ଏଲ୍ ଭି. ପ୍ରସାଦ ପ୍ରଫୁଲ୍ଲ ନାୟକ ଙ୍କ ଝିଅ ଙ୍କୁ ନିଜେ ଉଠାଇ ନେଇ ମେଡ଼ିକାଲ୍ ଭିତରକୁ ନେବା ସହିତ ଖାଲି ପଡ଼ିଥିବା ବେଡ୍ ରେ ସୂଆଇଥିଲେ ଓସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ଖବର ଦେଇଥିଲେ । ଡାକ୍ତର ସଙ୍ଗେ ସଙ୍ଗେ ଆସି ଚିକିତ୍ସା ଆରମ୍ଭ କରିଥିଲେ । ଯାହା କି ଏବେ ଏହି ଭିଡ଼ିଓ ମୋବାଇଲ୍ ଠୁ ମୋବାଇଲ୍ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଜଣେ ପୋଲିସ୍ ର ଉଦ୍ୟମକୁ ମୋହନା ଅଞ୍ଚଳରେ ପ୍ରଶଂସା ର ପାତ୍ର ପଲଟି ଯାଇଥିବା ବେଳେ କୌଣସି ବ୍ୟକ୍ତି ଯଦି ଅସୁବିଧାରେ ପଡ଼ିଛନ୍ତି ତା ହେଲେ ତାଙ୍କୁ ସଙ୍ଗେ ସଙ୍ଗେ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି l ଏ ଏସ ଆଇଙ୍କ ଏଭଳି କାର୍ଯ୍ୟକୁ ମୋହନା ଅଞ୍ଚଳ ରେ ଜନସାଧରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l


