ଏକସେଲ ଓ ପିକଅପ କୁ ଧକ୍କା ଦେଲା ଯାତ୍ରୀ ବାହୀ ବସ; ୨ ଆହତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଦିଗପହଣ୍ଡି-ରାୟଗଡା ୩୨୬ ନଂ ରାଜ୍ୟ ରାଜପଥ ପାଟପୁର ଥାନା ପୋଡାମାରି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ରାତ୍ର ସମୟରେ ଏକସେଲ ଓ ପିକଅପ କୁ ଯାତ୍ରୀ ବାହୀ ବସ ଧକ୍କା ଦେବାରୁ ଦୁଇଜଣ ଆହତ ହୋଇଛନ୍ତି l ଆହତ ମାନେ ହେଲେ ଖଣ୍ଡଦେଉଳି ଗ୍ରାମର ଶ୍ରୀକାନ୍ତ ସେଠୀ ଓ ରୋହିତ ସେଠୀ l ପ୍ରକାଶ ଯେ ହରିହର ନାମକ ଯାତ୍ରୀ ବାହୀ ବସ ଗଜପତି ଜିଲ୍ଲା ବ୍ରାହ୍ମଣୀଗାଁ ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୋଡାମାରି ପେଟ୍ରୋଲ ପମ୍ପ ନିକଟରେ ପ୍ରଥମେ ଗୋଟାଏ ପିକଅପ ଭ୍ୟାନ ର ପଛପଟ କୁ ଧକ୍କା ଦେଲା ପରେ ଏକ ମୋପେଡ଼ ଓଡ଼ି୦୭ଏସ୧୫୩୮ କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ଶ୍ରୀକାନ୍ତ ଓ ରୋହିତ ଗାଡ଼ିରୁ ଛିଟିକି ପଡ଼ିଥିଲେ l ଖବର ପାଇ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନରେ ଭର୍ତ୍ତି କାଟିଥିବା ବେଳେ ପୋଲିସ ଦୁର୍ଘଟଣାଗ୍ରସ୍ତ ଏକସେଲ ଓ ପିକଅପ ଓ ବସ କୁ ଜବତ କରିଛି l


