ଏକାଦଶ କୃଷି ଗଣନା ସମ୍ପର୍କିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଓଋିଶା ଅର୍ଥନୀତି ଓ ରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ବାଲେଶ୍ୱରରେ ଏକାଦଶ କୃଷି ଗଣନା ସମ୍ପର୍କିତ ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ତଥା ଯୋଜନା ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡ. ସବ୍ୟସାଚୀ ଦତ୍ତଙ୍କ ଆବାହକତ୍ୱରେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଚାରୁ ବଳ, ମୁଖ୍ୟ ଜିଲ୍ଲା ପ୍ରାଣୀଧନ ଅଧିକାରୀ ଡ. ବନମାଳି ସାହୁ, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ କୃଷି ବିଭାଗ, ସମବାୟ ବିଭାଗର ଅଧିକାରୀ ତଥା ବରିଷ୍ଠ କର୍ମଚାରୀମାନେ ଯୋଗଦେଇ କୃଷିଗଣନା ବା କୃଷି ଭିତ୍ତିକ ଜନଗଣନାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୭୦-୭୧ ବର୍ଷରେ ଆରମ୍ଭ ହୋଇ ଇତିମଧ୍ୟରେ୧୦ଟି କୃଷି ଗଣନା ସଫଳତାର ସହ ସମ୍ପାଦିତ ହୋଇଛି । କୃଷି ଗଣନା ମାଧ୍ୟମରେ ପ୍ରକୃତ ଚାଷ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ତଥା ମୌଳିକ ତଥ୍ୟ ସଂଗ୍ରହ କର।।ଏ । ଆରମ୍ଭ ହେବାକୁ ଯାଉଥିବା ଚଳିତ ଏକାଦଶ କୃଷି ଗଣନା ଆସନ୍ତା ୨୦୨୪ଜୁନ ମାସ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍ ର ପରିସଂଖ୍ୟାନ ଶାଖା ତତ୍ତ୍ୱାବଧାନରେ ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ, କୃଷି ଗ୍ରାମ ସେବକ ଓ ବିଭାଗୀୟ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯିବ ।


