ମିଶନ ଡ୍ରିମ୍‌ସ ମିସ୍ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ ଓ ମିସେସ୍ ଇଣ୍ଡିଆ-୨୦୨୨ ଗ୍ରାଣ୍ଡ ଫାଇନାଲ କୋଲକତାରେ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମିଶନ ଡ୍ରିମ୍‌ସର ମିସ୍‌, ମିଷ୍ଟ ଓ ମିସେସ୍ ଇଣ୍ଡିଆ-୨୦୨୨ର ଗ୍ରାଣ୍ଡ ଫାଇନାଲ କୋଲକତାସ୍ଥିତ ଇକୋପାର୍କରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥଳସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଜୟ କୁମାର ସୁରୀ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଆଜତକର ଚିଫ୍ ଏକ୍‌ଜ୍ୟୁକେଟିଭ ଅମିତ ତ୍ୟାଗି, ମିଶନ ଡ୍ରିମ୍‌ସିର ପ୍ରତିଷ୍ଠାତା ପ୍ରିୟା ପ୍ରିୟମ୍ବଦା, ନିର୍ଦ୍ଦେଶକ ଡାରବିନ ଥାପ୍ପା, ସୂଚନା ଓ ଲୋକ ସମ୍ପର୍କ ମୁଖ୍ୟ ପ୍ରଭାସ ରଞ୍ଜନ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଟାଲେଣ୍ଟ ରାଉଣ୍ଡ, ସ୍ପୋଟର୍ସ ରାଉଣ୍ଡ, ସୁଇମିଙ୍ଗୱେର ରାଉଣ୍ଡ, ନେସନାଲ କଷ୍ଟ୍ୟୁମ ରାଉଣ୍ଡ, କକଟେଲ ଡ୍ରେସ୍‌, ଉଇନିଙ୍ଗ ଗାଉନ ଓ ପ୍ରଶ୍ନୋତ୍ତର ଭଳି ସାତୋଟିସ୍ତରରେ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ କେ. ଆର ସନ୍ତୋଶିନୀ ମିଶନ ଡ୍ରିମ୍‌ସ ମିସ୍ ଇଣ୍ଡିଆ-୨୦୨୨ ଟାଇଟଲ ଜିିତିଥିବା ବେଳେ ପଶ୍ଚିମବଙ୍ଗ ମୌମିତ୍ରା ବିଶ୍ୱାସ ମିସେସ୍ ଇଣ୍ଡିଆ-୨୦୨୨ ଏବଂ ଗୋଆର ସୋହିଦ ଅଙ୍ଗୋଲକର ମିଷ୍ଟର ଇଣ୍ଡିଆ-୨୦୨୨ ଟାଇଟଲ ହାସଲ କରିଥିଲେ । ଏଥିରେ ମିସ୍ କାଟେଗୋରୀରେ ସିଲଂର ବର୍ଣ୍ଣନା ଦତ୍ତ ଓ ମଧ୍ୟପ୍ରଦେଶର ଜାଗୃତି ଜଗୱାନୀ ଯଥାକ୍ରମେ ଦ୍ୱିତୀୟ ଓ ତତୀୟ ସ୍ଥାନ ଅଧିକାର କରିଥିବା ବେଳେ ମିଷ୍ଟର କାଟେଗୋରୀରେ ଓଡ଼ିଆ ପୁଅ ଅମିତ ମେହେର ପ୍ରଥମ ରନର୍ସ ଅପ୍ ହୋଇଥିବା ବେଳେ ପଶ୍ଚିମବଙ୍ଗର ସୟନ ମଲ୍ଲିକ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ସେହିପରି ମିସେସ୍ କାଟେଗୋରୀରେ ହିମାଚଳର ମେହକ ସୁରୀ ପ୍ରଥମ ରନର୍ସ ଅପ୍ ଅଧିକାର କରିଥିବା ବେଳେ ଜାମସେଦପୁରର ସ୍ୱାତୀ ସିଂ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହାର ଉଦ୍‌ଯାପନ ସମାରୋହରେ ପୂର୍ବତନ ମିସେସ୍ ଇଣ୍ଡିଆ ଉରଭାସା ଜୟସପାଲ ଓ ଜଗଜିତା ଦାଶ ଏବଂ ସେଲିବ୍ରିଟି ଫ୍ୟାଶନ ଡ଼ିଜାଇନର ଜିତ ଜଗଜିତ ବିଜେତାମାନଙ୍କୁ କ୍ରାଉନ ପିନ୍ଧାଇଥିଲେ । ମିଶନ ଡ୍ରିମ୍‌ସ ମିସ୍‌, ମିଷ୍ଟର ଓ ମିସେସ ଇଣ୍ଡିଆ-୨୦୨୩ରେ ଭାଗ ନେବା ଲାଗି ଇଚ୍ଛୁକ ପ୍ରତିଯୋଗୀମାନେ ଙ୍ଗଙ୍ଗଙ୍ଗ.ଜ୍ଞସଗ୍ଦଗ୍ଦସକ୍ଟଦ୍ଭୟକ୍ସରବଜ୍ଞଗ୍ଦ.ମକ୍ଟଜ୍ଞ, ଙ୍ଗଷବଗ୍ଧଗ୍ଦବବକ୍ଟ୍ର ଘକ୍ଟ. ୮୩୩୫୯୬୦୫୭୪ / ୭୮୫୧୯୦୫୦୭ ମାଧ୍ୟମରେ ଆବେଦନ କରିପାରିବେ ବୋଲି ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ