ନୂଆ ତୁରୁମୁ ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ଅନ୍ତରଗତ ତୁରୁମୁ ଗ୍ରାମରେ ମା ଠାକୁରାଣୀ ଯାତ୍ରାର ଶୁଭାରମ୍ଭ  ହୋଇଯାଇଛି । ଗ୍ରାମରେ ବସବାସ କରୁଥିବା ସମସ୍ତ ପରିବାର ଚାଷୀ ଏମାନଙ୍କ ଜୀବିକା ହେଲା କୃଷି କାର୍ଯ୍ୟ  କୃଷକ ତାର ଫସଲକୁ ଅମଳ କରି ବରଷ ଯାକର ଖାଦ୍ୟକୁ  ସଂଗ୍ରହ କରି ମନକୁ ଟିକିଏ ହାଲକା କରିବା ପାଇଁ ଗ୍ରାମ୍ରର  ପରମ୍ପରା ଅନୁଯାୟୀ ପ୍ରତି ତିନି ବର୍ଷରେ ଥରେ ଗ୍ରାମର ପ୍ରାନ୍ତରେ ଥିବା ମା ଠାକୁରାଣୀ ଓ ଗ୍ରାମ ଦେବତୀଙ୍କ ପ୍ରତି ମୂର୍ତ୍ତିଙ୍କୁ ଆବାହନ କରି ଗ୍ରାମ ମଝିରେ ଗୋଟିଏ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ମାଆଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇ ଯାତ୍ରାକୁ ୪୫ ଦିନରୁ ଅଧିକ ଦିନ ଧରି ମହା ଆଡ଼ମ୍ବର ସହକାରେ  ନଗର ପରିକ୍ରମା କରାଯାଏ । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଓଡ଼ିଶାର ହଜିଯାଇଥିବା ପାରମ୍ପରିକ ଭେଷ ଭୁଷା ସହ ବାଘ ,ବୃଷଭ ନାଚ ପରିବେଷଣ କରାଯାଏ । ଗ୍ରାମର ଆଉ ଗୋଟାଏ ବିଶେଷ ପରମ୍ପରା ହେଲା ମାଙ୍କ ଅସ୍ଥାୟୀ  ମନ୍ଦିର ସବୁ ଦିନ ଅନ୍ନ ଭୋଗ ଦିଆଯାଏ  ତାହାକୁ ପ୍ରତ୍ୟେକ ଦିନ ଗାଁର  ଗୋଟିଏ ପ୍ରାନ୍ତରୁ ସକାଳ ଓ ରାତ୍ରରେ ଦୁଇ ଘର କୁ ଦାୟିତ୍ବ ଦିଆଯାଇ ଥାଏ ।ସେମାନେ ଅନ୍ନ ଭୋଗରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଗ୍ରାମର ସବୁ ଲୋକମାନଙ୍କୁ ଖାଇବାକୁ ଦିଅନ୍ତ ।ଏମିତି କହିବାକୁ ଗଲେ ସବୁଦିନ ଗ୍ରାମରେ ଭୋଜି ଭାତର ଆସର ତିଆରି ହୁଏ । ଗ୍ରାମକୁ ଆସୁଥିବା ଭିକାରୀ ଓ ଦୁଃଖିରଙ୍କି ମାନଙ୍କୁ ମାଗଣା ଭୋଜନ ଦିଆଯାଏ । ଗାଁରେ ବସବାସ କରୁଥିବା ୧୦୦ ଜଣ ପରିବାରଙ୍କର ଯେଉଁଦିନ  ଅନ୍ନ ଭୋଗ ରୋଷେଇ  ସରିଯାଏ ଅର୍ଥାତ ପ୍ରସାଦ ବା ରୋଷେଇ  ଶେଷ ଦିନରେ ଯେକୌଣସି ପୌରାଣିକ ନାଟକ ପରିବେଷଣ କରି ମାଆଙ୍କ ମୂର୍ତ୍ତିଙ୍କୁ ନିଜ ନିଜ ମନ୍ଦିରରେ ପୁଣିଥରେ ନେଇ ଗ୍ରାମବାସୀ ଛାଡ଼ିଦେଇ ଆସିଥାନ୍ତି ।କେଉଁ ୧୦୦ ବର୍ଷର ଏହି ପୂରୁଣା ପରମ୍ପରା ଆଜି ବି ନୂଆ ତୁରୁମୁ ଗ୍ରାମବାସୀ ବଞ୍ଚାଇ ରଖିଛନ୍ତି। ରହିଛି ସେହି ପୁରୁଣା ରୀତିନୀତି ଓ ପରମ୍ପରା  । ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ବଞ୍ଚି ରହିଥିବା ଏହି ନିଆରା  ଯାତ୍ରା ବେଶ ଚର୍ଚ୍ଚାର ବିଷୟ ବୋଲି ବୁଦ୍ଧି ଜୀବୀ ମହଲରେ ଆଲୋଚନା ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ