ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ ଚାର୍ଜ ହଟିଲେ ବଢିବ କ୍ୟାସ୍ଲେସ୍ ଟ୍ରେଡ୍

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ବିଆଇ ପକ୍ଷରୁ ନ୍ୟାସ୍ନାଲ୍ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର୍ (ଏନ୍ଇଏଫ୍ଟି) ଓ ରିୟଲ୍ ଟାଇମ୍ ଗ୍ରସ୍ ସେଟଲ୍ମେଣ୍ଟ ସିଷ୍ଟମ (ଆର୍ଟିଜିଏସ୍) ମାଧ୍ୟମରେ ହେବାକୁ ଥିବା ପେମେଣ୍ଟରେ ଚାର୍ଜ ହଟାଯିବା ଦ୍ୱାରା ଲକ୍ଷାଧିକ ଟ୍ରେଡ଼ର୍ସଙ୍କୁ ଆଶ୍ୱସ୍ତି ମିଳିଛି । ପାଇକାରୀ ବଜାରରେ ହେଉଥିବା କ୍ୟାସ୍ଲେସ୍ ପେମେଣ୍ଟରେ ଚେକ୍ ପେମେଣ୍ଟର ଅଂଶ ଲଗାତାର ଭାବେ ହ୍ରାସ୍ ପାଇବାରେ ଲାଗିଛି । ଏଥିସହ ଅଧିକାଂଶ ବ୍ୟବସାୟୀ ବ୍ୟାଙ୍କିଂ ଟ୍ରାଞ୍ଜାକସ୍ନର ଏହି ସିଷ୍ଟମର ବ୍ୟବହାର କରୁଛନ୍ତି । ଏହାର ଚାର୍ଜେସ୍ ୫ଲକ୍ଷ ପର୍ଯ୍ୟନ୍ତ ପେମେଣ୍ଟରେ ୪୦-୫୦ଟଙ୍କା ହିଁ ହୋଇଥାଏ । ହେଲେ ପ୍ରତ୍ୟେହ କୋଟି କୋଟି ଟଙ୍କାର ନେଣଦେଣ କରୁଥିବା ବ୍ୟବସାୟିଙ୍କ ଖର୍ଚ୍ଚ ଏହା ଠାରୁ ଅନେକ ବଢ଼ିଥାଏ । ଅନୁମାନ କରାଯାଉଛି ଯେ ଚାର୍ଜେସ୍ ହଟାଇବା କ୍ରମରେ ସରକାରଙ୍କ ଆଗାମୀ ପଦକ୍ଷେପ ଡେବିଟ୍ ଓ କ୍ରେଡ଼ିଟ୍ କାର୍ଡ଼ ପେମେଣ୍ଟରେ ଲାଗିଥିବା ଉଚ୍ଚ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ହୋଇପାରେ । କନ୍ଫେଡ଼େରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡ଼ର୍ସ (କ୍ୟାଟ୍) ଅନୁସାରେ ଏନ୍ଇଏଫ୍ଟି ଓ ଆର୍ଟିଜିଏସ୍ ଚାର୍ଜ ହଟାଯିବା ଦ୍ୱାରା ପାଖାପାଖି ୨କୋଟି ଟ୍ରେଡ଼ର୍ସଙ୍କୁ ଲାଭ ମିଳିଛି । ଯେଉଁମାନଙ୍କ ମଧ୍ୟରେ ଅଧିକତର ପାଇକାରୀ ବ୍ୟବସାୟୀ ରହିଛନ୍ତି । ଏମାନେ ସାଧାରଣତଃ ଉଚ୍ଚମୂଲ୍ୟର ଟ୍ରାଞ୍ଜାକସ୍ନ କରିଥାନ୍ତି । ତେବେ ୮୦% ବ୍ୟାଙ୍କିଂ ପେମେଣ୍ଟ ଏହି ମୋଡ଼ରେ କାର୍ଯ୍ୟକାରୀ ହେଉଛି । ପ୍ରକାଶ ଯେ ରିଟେଲ୍ ଟ୍ରେଡ଼୍ରେ ସାଧାରଣ ଗ୍ରାହକ ଓ ଦେକାନୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସବୁଠାରୁ ଜରୁରୀ ହେଉଛି, ସରକାରଙ୍କୁ ଡେବିଟ୍ କାର୍ଡ଼ (୦.୭୫%) ଓ କ୍ରେଡ଼ିଟ୍ କାର୍ଡ଼ (୧-୨%)ରେ ଲାଗୁଥିବା ଚାର୍ଜ ହଟେଇବାକୁ ପଡ଼ିବ । ଏଥିସହିତ ପିଓଏସ୍ର ଆମଦାନୀରେ ଲାଗୁଥିବା ଶୁଳ୍କ ଉଚ୍ଛେଦ କରିବାକୁ ହେବ । ଯେଉଁଥିପାଇଁ ବ୍ୟବସାୟିକ ମହଲରେ ବାରମ୍ବାର ଦାବି କୁହାଯାଇଛି । ଏହାଦ୍ୱାରା ମେସିନ୍ ଶସ୍ତା ହୋଇପାରିବ ଓ ଛୋଟ ଦୋକାନୀ ମଧ୍ୟ ଏହାକୁ ନେଇପାରିବେ । ଏହାପରେ ହିଁ ଡିଜିଟାଲ୍ ପେମେଣ୍ଟରେ କ୍ରାନ୍ତିକାରୀ ବୃଦ୍ଧି ଦେଖିବାକୁ ମିଳିବ । ଆର୍ଟିଜିଏସ୍ ମାଧ୍ୟମରେ ୨ଲକ୍ଷ ଟଙ୍କାରୁ ଅଧିକ ପେମେଣ୍ଟ ହୋଇଥାଏ । ଏସ୍ବିଆଇ ପରି ସାର୍ବଜନିକ ବ୍ୟାଙ୍କ୍ରେ ୫ଲକ୍ଷରୁ ଅଧିକ ପେମେଣ୍ଟ ସ୍ଥଳେ ୧୦ଟଙ୍କା ଇଣ୍ଟରନେଟ୍ ବ୍ୟାଙ୍କିଂ ଶୁଳ୍କ ଓ ୫୦ ଟଙ୍କା ବ୍ରାଞ୍ଚ ଟ୍ରାନ୍ସଫର୍ ଶୁଳ୍କ ଲାଗିଥାଏ । ଏହା ଉପରେ ଜିଏସ୍ଟି ଭିନ୍ନ ଭାବେ ଲାଗୁ କରାଯାଇଥାଏ । ଏହି ମୂଲ୍ୟ ମଧ୍ୟ ସାମାନ୍ୟ ଭାବେ ବଦଳିଥାଏ । ଏନ୍ଇଏଫ୍ଟି ମାଧ୍ୟମରେ ୨ଲକ୍ଷ ପର୍ଯ୍ୟନ୍ତର ପେମେଣ୍ଟ ହୋଇଥାଏ । ଯେଉଁଠାରେ ଚାର୍ଜେସ୍ ୩୦ଟଙ୍କା ପ୍ଲସ୍ ଜିଏସ୍ଟି ହୋଇଥାଏ । ଏହି ଚାର୍ଜେସ୍ ବ୍ୟାଙ୍କ୍ ହିସାବରେ ବଦଳିଥାଏ । ତେବେ ଘରୋଇ ବ୍ୟାଙ୍କ୍ର ଚାର୍ଜେସ୍ ସାମାନ୍ୟ ଅଧିକ ହୋଇଥାଏ । ଏକ ଅନୁମାନନୁସାରେ ଗତ ୩ବର୍ଷ ମଧ୍ୟରେ ବ୍ୟବସାୟିକ ପେମେଣ୍ଟରେ କ୍ୟାସ୍ ସହିତ ଚେକ୍ ପେମେଣ୍ଟର ଅଂଶ ମଧ୍ୟ ହ୍ରାସ୍ ପାଉଥିବା ବେଳେ ବ୍ୟାଙ୍କ୍ ଟ୍ରାନ୍ସଫର୍ ବଢ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ