ଏୟାରଟେଲ୍ ଥ୍ୟାଙ୍କ୍ସରେ ଓୟୋ ଷ୍ଟୋର
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ହୋଟେଲ୍ସ ଏବଂ ହୋମ୍ସ, ଓୟୋ ଏବଂ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ୍ ସହିତ ମିଳିତ ସହଯୋଗରେ ଓୟୋ ଷ୍ଟୋର୍ର ଶୁଭାରମ୍ଭ କରିବ । ଏୟାରଟେଲ୍ ଗ୍ରାହକମାନେ ବର୍ତ୍ତମାନ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ ମାଧ୍ୟମରେ ବିନା ପ୍ରତିବନ୍ଧକରେ ପ୍ରତ୍ୟେକ୍ଷ ଭାବେ ଗୁଣବତ୍ତାଯୁକ୍ତ ଏବଂ ବ୍ୟୟସାପେକ୍ଷ ମୂଲ୍ୟରେ ଆକୋମୋଡ଼େସନ୍ ପାଇପାରିବେ । ଆହୁରୀମଧ୍ୟ ଗ୍ରାହକମାନେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଅନ୍ଲାଇନ୍ ପେମେଣ୍ଟ କରିପାରିବେ । ଏଥିପାଇଁ ଗ୍ରାହକଙ୍କ ପାଖରେ ବିକଳ୍ପ ସୁରୂପ ସମ୍ପୂର୍ଣ୍ଣ ପେମେଣ୍ଟ କରିବାର ସୁଯୋଗ ରହିବ, କିମ୍ବା ମାତ୍ର ୧ଟଙ୍କାରେ ବୁକ୍ କରି ପରେ ବାକି ଟଙ୍କା ଦେଇପାରିବେ । ଏହି ନୂଆ ଅଫର୍ ସମ୍ପର୍କରେ ଓୟୋ ହୋଟେଲ୍ସ ଏବଂ ହୋମ୍ସର ଉପସଭାପତି ବୁରହନୌଦିନ୍ ପିଥାୱାଲା କହିଛନ୍ତି ଯେ ଓୟୋରେ ଭାରତୀୟ ଯାତ୍ରୀଙ୍କୁ ମାନଯୁକ୍ତ ଏବଂ ବିଶ୍ୱସନୀୟ ଆକୋମୋଡ଼େସନ୍ ବ୍ୟୟସାପେକ୍ଷ ମୁଲ୍ୟରେ ପ୍ରଦାନ କରାଯିବ । ଓୟୋ ଷ୍ଟୋର୍ ସହିତ ଲକ୍ଷ ଲକ୍ଷ ଏୟାରଟେଲ୍ ଗ୍ରାହକଙ୍କ ନିକଟରେ ପହଞ୍ôଚବାକୁ ସମ୍ପ୍ରସାରଣ ସୁରୂପ ଏହି ଦିଗରେ ଆଉ ଏକ ପାଦ ଆଗକୁ ଅଗ୍ରସର କରାଯାଇଛି । ଓୟୋ ଆପ୍ରେ ଉପଭୋକ୍ତାଙ୍କ ନିମନ୍ତେ ରିହାତି ଏବଂ ପ୍ରମୋସନ ଉପଲବ୍ଧ ହେବ । ଏଥିସହିତ ଏୟାରଟେଲ୍ ଥ୍ୟାଙ୍କ୍ସ ଆପ୍ରେ ଓୟୋ ଷ୍ଟୋର୍ରେ ୱେବ୍ସାଇଟ ଉପଲବ୍ଧ । ଚଳିତ ଜୁନ୍ ୧୫ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଓୟୋ ବୁକିଂ ଉପରେ ୬୦% ରିହାତି ପାଇପାରିବେ ।


