ନଭେମ୍ବର, ଡିସେମ୍ବର ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ: ଭାରତୀୟ ପାଣିପାଗ ସଂସ୍ଥାନ
ପୁଣେ: ଏ ବର୍ଷ ନଭେମ୍ବର ଓ ଡିସେମ୍ବର ମାସର ଶୀତକାଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନର “ସିଜନାଲ୍ କ୍ଲାଇମେଟ୍ ଆଉଟ୍ଲୁକ ଫର୍ ସାଉଥ୍ ଏସିଆ’ ଏବଂ “ସାଉଥ୍ ଏସିଆନ୍ କ୍ଲାଇମେଟ୍ ଆଉଟ୍ଲୁକ୍ ଫୋରମ୍’ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ସୂଚନା ଅନୁସାରେ, ୨୦୨୦ର ଶୀତଋତୁରେ କମ୍ ଥଣ୍ଡା ପଡ଼ିପାରେ । ୨୦୨୦ ଲେଖାଯିବାର କାରଣ ଭାରତୀୟ ପାଣିପାଗ ସଂସ୍ଥାନ କହିବା ହିସାବରେ, ଭାରତରେ ଶୀତ ଜାନୁଆରି ମାସରୁ ଆରମ୍ଭ ହୋଇ ଫେବ୍ରୁଆରି ମାସ ଯାଏଁ ରହେ ।
ଅଗଷ୍ଟ ମାସର ପ୍ରାରମ୍ଭିକ ଅବସ୍ଥା ଆଧାରିତ ରିପୋର୍ଟ ଦର୍ଶାଇଛି ଯେ, ନଭେମ୍ବର ଓ ଡିସେମ୍ବର ମାସର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ୭୦% ରୁ ୧୦୦% ସମ୍ଭାବନା ରହିଛି । କିନ୍ତୁ, ଜମ୍ମୁ ଓ କଶ୍ମୀର ଏଥିରୁ ବାଦ ପଡ଼ିପାରେ । ଏ ଦୁଇ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ୫୦% ରୁ ୬୦% ସମ୍ଭାବନା ରହିଛି ।


