ମହାଭାରତ ସମୟରେ ପ୍ରସ୍ତୁତ ହୋଇଥିଲା ଗୁପଚୁପ
ନୂଆଦିଲ୍ଲୀ: ଗୁପ୍ଚୁପ୍ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ପରିଚିତ । ଏହା ପୁଚ୍କା ପାନିପୁରୀ, ବତାଶେ ଭଳି ନାମରେ ଲୋକପ୍ରିୟତା ହାସଲ କରିଛିୟ ଗୁପ୍ଚୁପ ମହାଭାରତ ସମୟରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ବୋଲି କେତେକ କୁହନ୍ତି । ମଗଧ ସାମ୍ରାଜ୍ୟରେ ମଧ୍ୟ ଏହା ଲୋକପ୍ରିୟତା ହାସଲ କରିଥିଲାୟ କୁହାଯାଏ ଯେ, ପାଞ୍ଚ ପାଣ୍ଡବଙ୍କୁ ବିବାହ କରିବା ପରେ ଦ୍ରୌପଦୀଙ୍କ ପରୀକ୍ଷା ନେବାକୁ ମାତା କୁନ୍ତୀ ଚିନ୍ତା କରିଥିଲେ । ସେ ଦ୍ରୌପଦୀଙ୍କୁ କିଛି ପନିପରିବା ସହିତ ଅଳ୍ପ ପରିମାଣର ଅଟା ଦେଇ ଖାଦ୍ୟ ପ୍ରସ୍ତୁତ କରିବାକୁ କହିଥିଲେ । ପାଞ୍ଚାଳି ଅଟାକୁ ଛୋଟ ଛୋଟ ଗୁଳା କରି ତା’ ଭିତରେ ପନିପରିବାକୁ ପୂର ଭଳି ପୂରାଇ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଯାହାକି ଗୁପ୍ଚୁପ୍ର ପ୍ରଥମ ରୂପ ବୋଲି କେତେକ କହିଥାନ୍ତି । ସେହିପରି ମଗଧ ସାମ୍ରାଜ୍ୟରେ ଛୋଟ ଅଟା ଗୁଳା ମଧ୍ୟରେ ପନିପରିବା ଦେଇ ପ୍ରସ୍ତୁତ ହେଉଥିଲା ସ୍ୱାଦିଷ୍ଟ ଖାଦ୍ୟ । ଏହାକୁ ଲୋକେ ଅଧିକ ପସନ୍ଦ କରୁଥିଲେ ।ଏହାକୁ ଖାଇବା ପାଇଁ ଗାଁରୁ ଲୋକେ ସହରକୁ ଆସୁଥିଲେ ବୋଲି ଇତିହାସରେ ଉଲ୍ଲେଖ ରହିଛି ।


