ଏମ୍ ଜିଏନ୍ଆରଜିଏ- ବାର ହଜାର ଶ୍ରମିକ ଙ୍କୁ କାମ ଯୋଗାଇବାକୁ ଲକ୍ଷ୍ୟ

ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କୁ ବହୁ ସଂଖ୍ୟା ରେ ପ୍ରବାସୀ ଫେରିଛନ୍ତି । ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ରହିଲା ପରେ ନିଜ ନିଜ ଗାଁ କୁ ଫେରୁଛନ୍ତି । ଗାଁ ରେ ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଆରମ୍ଭ ହୋଇଛି ପଦକ୍ଷେପ । ପ୍ରତ୍ୟେକ ଗ୍ରାମ ରେ ଏମ୍ ଜିଏନ୍ଆରଜିଏ ଯୋଗେ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦିଆଯାଉଛି । ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ପାଖାପାଖି ସାତ ହଜାର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଆଗାମୀ ଦିନରେ ବ୍ଲକ ରେ ବାର ହଜାର ଲୋକ ଯେପରି ଏମ୍ ଜିଏନ୍ଆରଜିଏ ରେ କାମ ପାଇ ସେ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗୁରୁବାର ବ୍ଲକ ସଭା ଗୃହ ରେ ଏମ୍ ଜିଏନ୍ଆରଜିଏ କୁ ନେଇ ଏକ ସମନ୍ୱୟ ବୈଠକ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଏମ୍ ଜିଏନ୍ଆରଜିଏ ରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ର ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ, ବିଭିନ୍ନ ସ୍ଵେଛାସେବୀ ସଂଗଠନ କର୍ମକର୍ତ୍ତା, ନାଗରିକ ମଞ୍ଚ କର୍ମକର୍ତ୍ତା ଯୋଗ ଦେଇ ଲୋକେ ଯେପରି ନିରନ୍ତର କାମ ପାଇବେ, କାମ ବାବଦକୁ ପ୍ରାପ୍ୟ ସଠିକ୍ ସମୟ ରେ ପାଇବେ ତାକୁ ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇ ଥିଲା । ଏଥି ସହ ଅଧିକାରୀ ଅଧିକା ପ୍ରବାସୀ ଯେପରି କାମ ପାଇବେ ସେ ଦିଗରେ ମଧ୍ୟ ଧ୍ୟାନ ଦେବା ପାଇଁ ବିଭିନ୍ନ ସଂଗଠନ କର୍ମକର୍ତ୍ତା ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ