ବ୍ଲକ ପ୍ରଶାସନ ପକ୍ଷରୁ ସଟ୍ ଡାଉନ୍ କଟକଣା ସମ୍ପର୍କୀତ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ସଟ୍ ଡାଉନ୍ କଟକଣା ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତହସିଲଦାର ଇନ୍ଦିରା ସାହୁ, ବନ୍ତ ଥାନା ଆଇଆଇସି ମିନା ବିନ୍ଧାଣୀ, କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅମୁଲ୍ୟ କୁମାର ଗିରି, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ରଜ ପର୍ବ ଅବସରରେ ସଟ୍ ଡାଉନ୍ କଟକଣାକୁ କାର୍ଯ୍ୟକାରୀ କରାଯିବା ନେଇ ଆଲୋଚନା ହୋଇଥିଲା ।


