ଏଲଆଇସି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ଏଲଆଇସିର ୬୬ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ସ୍ଥାନୀୟ ୟୁରୋ ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏଲଆଇସି କାର୍ଯ୍ୟାଳୟର ବରିଷ୍ଠ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ସାମନ୍ତରାୟ , ସହକାରୀ ଶାଖା ପ୍ରବନ୍ଧକ ବିଜୟ କୁମାର ସେଠୀ, ଉଚ୍ଚତର ଶ୍ରେଣୀ ସହାୟକ ଶିବରାମ ନାହାକ, ମନ୍ଧେକ୍ସ ପ୍ରଧାନ, ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ସାହୁ, ରେକର୍ଡ କ୍ଲର୍କ ନିରଞ୍ଜନ ଦାଶ, ୟୁରୋ ସ୍କୁଲର ପ୍ରିନ୍ସିପାଲ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ସ୍କୁଲର ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।


