ଏୟାରଟେଲ୍ ଓ ଫିକି ପକ୍ଷରୁ ମାଇଁ ସର୍କଲର ଶୁଭାରମ୍ଭ

ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍ ଏବଂ ଫିକିର ମହିଳା ବ୍ୟବସାୟ ଶାଖା ପକ୍ଷରୁ ‘ମାଇଁ ସର୍କଲ’ ନାମରେ ଏକ ସୁରକ୍ଷା ଆପ୍ଲିକେସନର ଶୁଭାରମ୍ଭ କରାଯାଇଛି । ଯାହା ଅସୁବିଧା ସମୟରେ ମହିଳାଙ୍କୁ ସାହାଯ୍ୟ କରିବ । ଏହି ଆପ୍ ଜରିଆରେ ମହିଳା ପରିବାର କିମ୍ବା ପରିଜନର ଯେକୌଣସି ୫ଜଣଙ୍କୁ ସନ୍ଦେସ ପଠାଇ ପାରିବେ । ଏହି ସନ୍ଦେସ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପଠାଯାଇପାରିବ । ଗୋଟିଏ ବଟନ ଦବାଇ ପଠାଯାଇପାରୁଥିବା ଏହି ସନ୍ଦେସ ବର୍ତ୍ତମାନ ଆଇଓଏସ୍ ମୋବାଇଲରେ ମାଧ୍ୟମରେ ପଠାଯାଇ ପାରୁଛି । ଆଗାମୀ ଦିନରେ ଆଣ୍ଡ୍ରଏଡ ମୋବାଇଲଗୁଡ଼ିକରେ ଗୁଗଲ୍ ଆସିଷ୍ଟାଣ୍ଟ ମାଧ୍ୟମରେ ଉପଲବ୍ଧ ହେବ । ଏହି ସନ୍ଦେସ ମାଧ୍ୟମରେ ବ୍ୟକ୍ତିର ଉପସ୍ଥିତ ସ୍ଥାନ ନିର୍ଦ୍ଧାରିତ ବ୍ୟକ୍ତିଙ୍କ ନିକଟରେ ସଙ୍ଗେସଙ୍ଗେ ପହଁଞ୍ଚିଯିବ । ମାଇଁ ସର୍କଲ ଆପ୍ ମହିଳାଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି ପାଇଁ ଏକ ପଦକ୍ଷେପ ବୋଲି ଭାରତୀ ଏୟାରଟେଲର ଡିଜିଟାଲ ମୁଖ୍ୟ, ହର୍ମିନ ମେହେତା କହିଛନ୍ତି । ଏହି ଆପ୍ଲିକେସନ୍ ମହିଳାଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ରୋକିବାରେ ସାହାଯ୍ୟ କରିବ ବୋଲି ଫିକିର ମହିଳା ଶାଖାର ପୂର୍ବତନ ଅଧ୍ୟକ୍ଷ ପିଙ୍କି ରେଡି ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ