ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବିମାନ ଦୁର୍ଘଟଣା ଘଟି ୭ ମୃତ; ୬ ଆହତ

କନେକ୍ଟିକଟ୍: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଟଫାର୍ଡ ନିକଟରେ ଥିବା ଗାଟାଏ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ଏକ ବାମାନିକ୍ଷେପଣକାରୀ ବି-୧୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୋଡ଼ି ଯିବାରୁ ସାତଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ କେତେ ଘଣ୍ଟା ଧରି ବିମାନବନ୍ଦର ବନ୍ଦ ରହିଥିଲା । ବାଇଙ୍ଗ୍ ବି-୧୭ ଫ୍ଲାଇଙ୍ଗ୍ ଫାର୍ଟଟ୍ରେସ୍ଟି ଉଡ଼ାଣ ଆରମ୍ଭ କରିବାର ଦଶ ମିନିଟ୍ ମଧ୍ୟରେ କୌଣସି ସମସ୍ୟାରେ ସମ୍ମୁଖୀନ ହେବାରୁ ବ୍ରାଡଲି ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରି ଆସିଥିଲା । ରନୱେରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଗୋଟାଏ ମରାମତି ଗୃହ ଏବଂ ଡି-ଆଇସିଙ୍ଗ୍ ଫ୍ଲୁଇଡ୍ ଟ୍ୟାଙ୍କ୍ ସହ ଧକ୍କା ଖାଇଥିବା କଥା କନେକ୍ଟିକଟ୍ ବିମାନବନ୍ଦରର କର୍ତ୍ତୃପକ୍ଷ ଏକଜିକ୍ୟୁଟିଭ୍ ଡାଇରେକ୍ଟର୍ କେଭିନ୍ ଡିଲୋନ୍ କହିଛନ୍ତି । ଦୁର୍ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଛଅ ଜଣ ସାମାନ୍ୟରୁ ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ବିମାନଟିରେ ୧୩ ଜଣ ଲୋକ ଯାତ୍ରା କରୁଥିଲେ । ସକାଳ ପ୍ରାୟ ୧୦ ପୂର୍ବରୁ ବିମାନଟି ଦୁର୍ଘଟଣାରେ ସମ୍ମୁଖୀନ ହାଇଥିଲା । ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ ଏହି ଦୁର୍ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ