ଓକିଲଙ୍କୁ ଟୀକାକରଣ କାର୍ଯ୍ୟକ୍ରମ
ବ୍ରହ୍ମପୁର, ( ଅନିଲ କୁମାର) ଗଞ୍ଜାମ ଓକିଲ ସଂଘ ପକ୍ଷରୁ ସୋମବାର କରେନାା ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୪୦ ଜଣ ଓକିଲ କରୋନା ଟୀକା ଗ୍ରହଣ କରିଥିଷଲ । ଏହି ଅବସରରେ ଗଞ୍ଜାମ ଓକିଲ ସଂଘର ସଭାପତି ଜନାର୍ଦ୍ଦନା ସୁବୁଦ୍ଧି, ଉପସଭାପତି ବି.ଭାଗିରଥୀ ରାଓ, ସମ୍ପାଦକ ପ୍ରଦୀପ ବେହେରା ଓ ଯୁଗ୍ମ ସମ୍ପାଦକ ସୁଧୀର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଓକିଲମାନେ ଏଠାରେ ନିଜର ଆଧାର କାର୍ଡ଼ର ନକଲ ପ୍ରଦାନ କରି ଏପରି କରୋନା ଟୀକା ନେଇଥିଲେ । ପରବର୍ତ୍ତୀ ସମୟ ତଥଶ ୨୮ ଦିନ ପରେ ଏହି ଓକିଲମାନେ ଦ୍ୱିତୀୟ ଡ଼ୋଜ ଟୀକା ନେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।


