କନ୍ଧମାଳ:ହରିଜନ କର୍ମଚାରୀ କଲ୍ୟାଣ ସମିତିର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ହରିଜନ କର୍ମଚାରୀ କଲ୍ୟାଣ ସମିତିର ଏକ ବୈଠକ ଫୁଲବାଣୀ ଜିଲା ଫୁଟବଲ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଉପସଭାପତି ଗୁ୍ପ୍ତେଶ୍ୱର ଦିଗାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳ୍ୱନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ମାନୀତ ଅତିଥି ଭାବେ ଖଜୁରୀପଡା ବିଇଓ ଜଗନ୍ନାଥ ସାହାଣି, ଫିରିଙ୍ଗିଆ ବିଇଓ ବିନୋଦ ବିହାରୀ ଦିଗାଲ, ଏବିଡିଓ ସନ୍ତୋଷ ଦିଗାଲ, ଆଇନଜିବୀ ସତ୍ୟ ନାରାୟଣ ବେହେରା, ସ୍ୱାସ୍ଥ୍ୟ ବିଭାଗ ସୂଚନା ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସଂଗଠନର ଦିବଙ୍ଗତ ନେତାଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ ନିଜ ନିଜର ମତ ରଖି ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ସଂଘ ପାଇଁ କାର୍ଯ୍ୟାଳୟ ଗୃହ ନିର୍ମାାଣ ପାଇଁ ସର୍ବ ସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା। ଭୂତପୂର୍ବ ସଭାପତି ଗୋଲକ ବିହାରୀ ସାହାଣୀଙ୍କ ମୃତ୍ୟୁ ପରେ ସଂଘ ସୁପ୍ତ ଅବସ୍ଥାକୁ ଚାଲିଯାଇଥିବାରୁ ଏହାକୁ ପୁୁନର୍ଜୀବିତ କରିବା ପାଇଁ ସମିତିର ବିଭିନ୍ନ ପଦ ପଦବୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ହରିଜନ କର୍ମଚାରୀ କଲ୍ୟାଣ ସମିତିର ବୈଠକରେ ସଭାପତି ଭାବେ ବେଣୁଧର ସେଠୀ, ଉପସବାପତି ଭାବେ ଗୁପ୍ତେଶ୍ୱର ଦିଗାଲ, ଶିବ ପ୍ରସାଦ ଦିଗାଲ, ବବିତା ସାହାଣୀ, ସାଧାରଣ ସଂପାଦକ ଭାବେ ବଦ୍ରିିକା ନାଥ ସାହାଣୀ, ସହ ସଂପାଦକ ଭାବେ ସୁବ୍ରତ ନାୟକ, କୋଷାଧ୍ୟକ୍ଷ ଭାବେ ଯୋଗେଶ୍ୱର ବେହେରା, ସଂଗଠନ ସଂପାଦକ ଭାବେ ଗୋଲାପୀ ଦିଗାଲ, ଗୀତାଞ୍ଜଳୀ ବେହେରା, ବୀରେନ୍ଦ୍ର ଦିଗାଲ, ଓମ ପ୍ରକାଶ ସାହାଣୀ, ରାଜୀବ ମହାନନ୍ଦ, ଲଲାଟେନ୍ଦୁ ନାୟକ, ଅଜିତ କୁମାର ସାହାଣୀ, କୁମୁଦ ସାହାଣୀ, ଆଦିତ୍ୟ ସାହାଣୀ, ସୁର ପ୍ରସାଦ ନାୟକ, ହିମାଂଶୁ ବେହେରା ଏବଂ କାର୍ଯ୍ୟ ନିର୍ବାାହୀ ସଂପାଦକ ଭାବେ ସୁରଥ ମୂନୀ, ଗଣେଶ ନାୟକଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଉପଦେଷ୍ଟା ଭବେ ଜଗନ୍ନାଥ ସାହାଣୀ, ବିନୋଦ ବିହାରୀ ଦିଗାଲ, ସନ୍ତୋଷ ଦିଗାଲ, ସୀମାଞ୍ଚଳ ବେହେରା, ରବି ମହାନନ୍ଦିଆ, କିଶୋର ବେହେରା ଏବଂ ଆଇନ ପରାମର୍ଶଦାତା ଭାବେ ସତ୍ୟ ନାରାୟଣ ବେହେରାଙ୍କୁ ମନୋନୀତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ