ଓଡ଼ିଆ ଭାଷା ବିଶ୍ବ ଭାଷା ହେବାର ସାମର୍ଥ୍ୟ ରଖିଛି 

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଆରେ ଓଡ଼ିଶା ଶାସନ ଖିଲାପ କାରିକୁ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ପାଇଁ ଭାଷା ଆନ୍ଦୋଳନ , ଓଡ଼ିଶାର କଳାପତାକା ଅଭିଯାନର ସପ୍ତମ ପ୍ରତିଷ୍ଠା ଦିବସରେ (ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି) ଭାଷା ଆଇନ ଓ ଓଡ଼ିଆରେ ଓଡ଼ିଶାର ଶାସନ ଉପରେ ଆଲୋଚନା ଚକ୍ର ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ସଭା ଗୃହରେ ଅନିଷ୍ଠିତ ହୋଇଯାଇଛି | ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ଜନତା ଦଳର ବୁଦ୍ଧିଜୀବୀ ଫୋରମ ସଜ୍ଜନ ଶର୍ମା କହିଲେକି ମୋ ଭାଷା ବିଶ୍ବ ଭାଷା ହେବାର ସାମର୍ଥ୍ୟ ରଖିଛି। ସେହି ସାମର୍ଥ୍ୟକୁ ଆଧାର କରି ପ୍ରଚାର ପ୍ରସାର ଓ ବ୍ୟବହାର କରିବା,ଆମର ଦାୟିତ୍ବ ଅଟେ। ସଭାର ଅନ୍ୟତମ ବକ୍ତା ତଥା ମିଳିତ ଆୟୋଜକ ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ସଭାର ସମ୍ବୋଧନରେ ମାତୃଭୁମି ମାତୃଭାଷାର ସେବାପାଇଁ ଆମେ ସଦା ତତ୍ପର | ଭାଷା ଆନ୍ଦୋଳନ ମାତୃଭାଷା ପାଇଁ ଯାହା ସହଯୋଗ ମାଗିବ ଉତ୍କଳ ସାମ୍ବାଦିକ ସଂଘ ସମସ୍ତ ସହାୟତା ଯୋଗାଇଦେବ ବୋଲି ମୁକ୍ତ କଣ୍ଠରେ ଘୋଷଣା କରିଥିଲେ | ଭାଷା ଆନ୍ଦୋଳନର ଦୀର୍ଘ ଦିନର ଆନ୍ଦୋଳନର ପ୍ରୟାସକୁ ଉଚ୍ଚ ପ୍ରସଂଶା କରିବା ସହ ନିଜକୁ ସମ୍ପୂର୍ଣ ଭାବେ ଯୋଡି ହେବାପାଇଁ ସମସ୍ତ ଓଡିଶା ବାସୀଙ୍କୁ ଆହ୍ୱାନ କରିଥିଲେ ,ଏବଂ ଆଗାମୀ ଦିନରେ ଭାଷା ଆନ୍ଦୋଳନର କାର୍ଯ୍ୟପନ୍ଥା ନିର୍ଘଣ୍ଟ ତଥା ସମ୍ପୂର୍ଣ ଭାବେ ସମସ୍ତ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର ପର୍ଯ୍ୟନ୍ତ ସମସ୍ତ ସହଯୋଗ ରହିବ ବୋଲି ଆହ୍ୱାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜାନକୀଷ ବଡ଼ପଣ୍ଡା ସଭାରେ ସଭାପତିତ୍ୱ କରି ବହୁ ଉଦାହରଣ ଦେଇ ମାତୃଭାଷା କାହିଁକି ଆବଶ୍ୟକ ତାହା ଉପରେ ବିଶେଷ ଆଲୋକପାତ କରିଥିଲେ | ଭାଷା ଆଇନ ଓ ତାର ନିୟମାବଳୀ ଯାହା ଯାହା ହୋଇଛି ଯାହାକି ଓଡ଼ିଆ ଭାଷା ହିଁ ସରକାରୀ ଭାଷା ଯେ ନ ମାନିବ ତାହା ବିରୋଧରେ ଦଣ୍ଡ ବିଧାନ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ ଭାଷା ଯୋଦ୍ଧାମାନଙ୍କର 878 ଦିନର ଆନ୍ଦୋଳନକୁ ବିଶ୍ୱ ଇତିହାସରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଘୋଷଣା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନୀଳମଣି ମିଶ୍ର , ସଶାଙ୍କ ଶେଖର ଦାସ ,ମୋହନଲାଲ ବ୍ୟାସ ,ନବ କିଶୋର ପ୍ରଧାନ ,ଡମ୍ବୁର ଧର ହରଣସିଂହ ,ପ୍ରମୁଖ ସଭାକୁ ସମ୍ବୋଧିତ କରିଥିବା ବେଳେ ସସ୍ମିତା ପାହାଡ଼ସିଂହ ,ସିକିଲତା ସାହୁ ,ପୂଜା ପାହାଡ଼ସିଂହ ,ମନୋରଞ୍ଜନ ପଣ୍ଡା ,ସଞ୍ଜୟ ଦାସ , ପ୍ରଦ୍ୟୁମ୍ନ ଦାସ ,ରାଜକିଶୋର ଷଡ଼ଙ୍ଗୀ , ନୃସିଂହ ନାରାୟଣ ଦାସ , ପୁଲକ ରଥ ,ଦୁର୍ଯ୍ୟଧାନ ଦାସ , ବିଜୟ କୁମାର ପ୍ରଧାନ , ଅଜିତ ରଥ , ପ୍ରମୁଖ ଯୋଗଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ପ୍ରାରମ୍ଭରେ ସାରଦା ପ୍ରସାଦ ମହାପାତ୍ର ଅତିଥି ପରିଚୟ ଦେଇଥିବାବେଳେ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଭାଷା ଆନ୍ଦୋଳନର ଆଭିମୁଖ୍ୟ ଏବଂ ଉପଲବ୍ଧି ଉପରେ ଆଲୋଚନା ରଖିଥିଲେ | ବରିଷ୍ଠ ଭାଷା ଯୋଦ୍ଧା ଜୟପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ